ମାଲକାନଗିରି : ବସ ଜାଳିଦେଲେ ମାଓବାଦୀ

ଭୁବନେଶ୍ଵର : ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଆଜି ଏକ ଯାତ୍ରୀବାହୀ ବସ ଜାଳିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବସଟି ନାରାୟଣପୁରରୁ କୋଣ୍ଡଗାଁ ଯାଉଥିଲା। ମାଓବାଦୀମାନେ ଛତିଶଗଡ଼ କୋକରି ନିକଟରେ ବସ ଅଟକାଇ ଯାତ୍ରୀମାନଙ୍କୁ ବାହାର କରିଦେଇଥିଲେ। ଯାତ୍ରୀ ବାହାରି ଯିବା ପରେ ବସକୁ ଜାଳି ଦେଇଥିଲେ। ନିଆଁ ଲଗିବା ବେଳେ ବସରେ କୌଣସି ଯାତ୍ରୀ ନଥିବାରୁ କାହାରି କିଛି କ୍ଷତି ହୋଇନଥିବା ଜଣାଯାଇଛି ।

ମତାମତ ଦିଅନ୍ତୁ ।