March 30, 2020

ଯୌତୁକ ପାଇଁ ନବ ବଧୂର ଜୀବନ ଗଲା

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଯୌତୁକ ପାଇଁ ଯାଇଛି ଜଣେ ନବ ବଧୂର ଜୀବନ। ବାପ ଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯିବ ପରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ ମୈଦଲପୁର ଥାନା ଅନ୍ତର୍ଗତ କାକୁଡ଼ିଆମ୍ବ ଗାଁର ଧର୍ମାନନ୍ଦ ନାୟକ ଗତ ମେ ୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଚିଚିଆ ଗାଁର ରଶ୍ମିତା ସତନାମୀଙ୍କୁ ବିବାହ କରିଥିଲେ। ରଶ୍ମିତା ଆଣିଥିବା ଯୌତୁକ ଯଥେଷ୍ଟ ନଥିଲା। ସୁନା କମ୍‌ ଆଣିଥିବାରୁ ଶାଶୂ ଘର ଲୋକେ ଅଧିକ ଟଙ୍କା ଦେବା ପାଇଁ ଦାବି କରିଥିଲେ। ଏନେଇ ଅଗଷ୍ଟ ୫ ତାରିଖ ଦିନ ରଶ୍ମିତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଗତକାଲି ରଶ୍ମିତା ଅସୁସ୍ଥ ଥିବା ତାଙ୍କ ବାପ ଘର ଲୋକଙ୍କୁ ଖବର ଦିଆଯାଇଥିଲା। ସେମାନେ ପହଞ୍ଚିବା ପୂର୍ବରୁ ରଶ୍ମିତାଙ୍କର ମୃତ୍ୟୁ ଘଟି ସାରିଥିଲା। ତାଙ୍କ ମୃତଦେହକୁ ନବରଙ୍ଗପୁର ମେଡିକାଲ୍‌କୁ ନିଆଯାଇ ଶବ ଗୃହରେ ରଖାଯାଇଥିଲା। ଶାଶୂ ଘର ଲୋକେ ରଶ୍ମିତା ଫ୍ୟାନ୍‌ରେ ରଶି ଦେଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପ ଘର କହୁଛନ୍ତି ହତ୍ୟା କରାଯାଇଛି।

Leave a Reply

Your email address will not be published. Required fields are marked *