ପୁରୀରେ ଏନକାଉଣ୍ଟର, ଅପରାଧୀ ଆହତ

ଭୁବନେଶ୍ୱର : ପୁରୀରେ ପୋଲିସର ଏନକାଉଣ୍ଟର। ହତ୍ୟା ଯୋଜନା କରୁଥିବା ଗୋଖାସାହିର ଦିବାନା ବେହେରା ଗୋଡରେ ବାଜିଛି ଗୁଳି। ଆହତ ଦିବାନକୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି।

ଖବର ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟା ସମୟରେ ଦିବାନା ହତ୍ୟାକାଣ୍ଡ ଘଟାଇବା ପାଇଁ ଯୋଜନା କରୁଥିବା ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଏହି ଖବର ପାଇ ଡିଏସପିଙ୍କ ସମେତ କୁମ୍ଭାରପଡା ଆଇଆଇସି କୁଳମଣି ସେଠୀ ଓ ବାସେଲି ସାହି ଆଇଆଇସି ଜୀବନାନନ୍ଦ ଜେନା ଅତର୍କିତ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଦିବାନା ପ୍ରଥମେ ଗୁଳି ଚଳାଇଥିଲା। ଏଥିରେ ବାସେଲି ସାହି ଆଇଆଇସି ଆହତ ହୋଇଥିଲେ। କିନ୍ତୁ ସେ ଦିବାନାକୁ ସେଠାରୁ ଖସି ଯିବାକୁ ସୁଯୋଗ ନଦେଇ ପାଲଟା ଗୁଳି କରିଥିଲେ। ଗୁଲିଟି ଦିବାନାର ଡାହାଣ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲା। ଘଟଣାସ୍ଥଳରୁ ପୋଲିସ ବନ୍ଧୁକ ଓ ଗୁଳି ଜବତ କରିଛି।

ମତାମତ ଦିଅନ୍ତୁ ।