March 30, 2020

ମଦ ପିଇ ଗାଡ଼ି ଚଳାନା ଯୋଗୁ ଗିରଫ ହେଲେ ୩୮

ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ରାଜ୍ୟର ବିଭିନ୍ନ ଟୋଲଗେଟରୁ ଶନିବାର ୩୮ ଡ୍ରାଇଭର ଗିରଫ ହୋଇଛନ୍ତି। ସୂଚନା ଅନୁସାରେ ସୁନ୍ଦରଗଡ଼ ବରପାଲି ଟୋଲଗେଟରୁ ୧୧ ଜଣ, ସମ୍ବଲପୁରରେ ୩, କେନ୍ଦୁଝରରେ ୫, ଯାଜପୁରର ପାଣିକୋଇଲି ଟୋଲଗେଟ୍‌ରେ ୩, ବରଗଡ଼ ବରାହଗୁଡ଼ା ଟୋଲଗେଟରେ ୩ ଜଣ ଚାଳକ, କଟକର ମଙ୍ଗୁଳି ଟୋଲଗେଟ୍‌ରେ ୪ ଜଣ ଚାଳକ, ଗଂଜାମରେ ୩, ଖୋର୍ଦ୍ଧାରେ ୩ ଓ ବାଲେଶ୍ୱରରେ ୩ ମଦୁଆ ଡ୍ରାଇଭର ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ ଦେଶରେ ନୂତନ ପରିବହନ ନିୟମ ଲାଗୁ ହେବା ପରେ ପରିବହନ ବିଭାଗର କର୍ମଚାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସଡ଼କ ଓ ପରିବହନ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ଟ୍ରାଫିକ୍‌ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି।

Leave a Reply

Your email address will not be published. Required fields are marked *