March 30, 2020

ଛାତ୍ରୀଙ୍କୁ ୭ ଦିନ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସପ୍ତାହେ ହେଲା ଜଣେ କଲେଜ ଛାତ୍ରୀଙ୍କୁ ନିଶାଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ସହିଦନଗର ପୋଲିସ ଅକ୍ଷୟ ଦାସ ଓରଫ ରାଜାକୁ ଗିରଫ କରିଛି। କେବଳ ସେତିକି ନୁହେଁ ଖୋର୍ଧା ଅଞ୍ଚଳର ଏଇ ଯୁବକ ପୀଡିତକୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ମଧ୍ୟ ଉଦ୍ୟମ ଚଳାଇଥିଲା।

ପୁଲିସ ସୂଚନା ଅନୁଯାୟୀ ଛାତ୍ରୀଜଣଙ୍କ ଗତ ୩୦ ତାରିଖ ଦିନ ପ୍ରାୟ ସାଢ଼େ ୨ଟା ବେଳେ ବିଶ୍ଵବିଦ୍ୟାଳୟରୁ ଘରକୁ ଫେରୁଥିଲେ। ଅଖି ଓ ତା’ର ସହଯୋଗୀ ଚାକିରିର ପ୍ରଲୋଭନ ଦେଖାଇ ଛାତ୍ରୀଙ୍କୁ ଅପହରଣ କରିନେଇଥିଲେ। ସେମାନେ ଏକ ଗାଡ଼ିରେ ଛାତ୍ରୀଙ୍କୁ ପୁରୀ ନେଇଯାଇଥିଲେ। ଛାତ୍ରୀଜଣକ ବିରୋଧ କରିବା ସହ ଚିତ୍କାର କରିବାରୁ ସେମାନେ ତାଙ୍କୁ ନିଶା ଖୁଆଇ ଅଚେତ କରିଦେଇଥିଲେ। ଅପରପକ୍ଷେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀଜଣକ ଘରକୁ ନଫେରିବାରୁ ପରିବାର ଲୋକ ସହିଦନଗର ଥାନାର ଦ୍ଵାରସ୍ଥ ହୋଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ବୁଧବାର ରାତିରେ ଛାତ୍ରୀଜଣକ ଖଣ୍ଡଗିରି ନିକଟସ୍ଥ ଏକ ବସ୍ତିରେ ଥିବା ପୋଲିସକୁ ମିଳିଥିଲା ସୂଚନା। ସେଠାରେ ଚଢ଼ଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା।

ପୋଲିସକୁ ଛାତ୍ରୀ କହିଛି ଏକ ନିଯୁକ୍ତି ମେଳାରେ ଅଖି ସହ ତାର ସାକ୍ଷାତ ହୋଇଥିଲା। ପରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଫୋନରେ କଥା ହୁଏ। ଘଟଣା ଦିନ ଏକ କମ୍ପାନିରେ ସାକ୍ଷାତକାର ଦେବାକୁ କହି କାର୍‌ରେ ନେଇଥିଲା। ହେଲେ ସଂସ୍ଥାକୁ ନେବା ବଦଳରେ ସେ ତାଙ୍କୁ ଗଞ୍ଜାମ ନେଇଯାଇଥିଲା। ସେଠା‌‌ରେ ଏକ ହୋଟେଲରେ ରଖିବା ସହ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲା। ପରେ ପୁରୀ ନେଇ ସେଠାରେ ମଧ୍ୟ ଅନୁରୂପ ଭାବେ ଦୁଷ୍କର୍ମ କରିଥିଲା। ଏସବୁ ପରେ ରାଜ୍ୟ ବାହାରକୁ ଚାଲାଣ ଲାଗି ଯୋଜନା କରାଯାଇଥିଲା ବୋଲି ଛାତ୍ରୀ କହିଛି।

Leave a Reply

Your email address will not be published. Required fields are marked *