ଶାରଦା ଚିଟ୍‌ଫଣ୍ଡ ମାମଲାରେ ରାଜୀବ କୁମାରଙ୍କୁ ଖୋଜୁଛି ସିବିଆଇ

ନୂଆଦିଲ୍ଲୀ : ଶାରଦା ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ଖୋଜିବା ପାଇଁ ସିବିଆଇ ଶନିବାର ଭବାନୀ ଭବନ୍‌ସ୍ଥିତ କୋଲକାତା ସିଆଇଡିର ମୁଖ୍ୟ କାର୍ଯ୍ୟାଳୟ ଗସ୍ତ କରିଛି। ସିଆଇଡି ଅଧିକାରୀ ରାଜୀବ କୁମାରଙ୍କ ସହିତ ସମ୍ପର୍କରେ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ଗସ୍ତର ଯୋଜନା ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଶାରଦା ଗ୍ରୁପ୍‌ ଅଫ୍‌ କମ୍ପାନି ନାମକ ଏକ ଚିଟଫଣ୍ଡ ସଂସ୍ଥା ଲୋକଙ୍କୁ ପ୍ରଲୋଭନ ଦେଖାଇ ୨୫ଶହ କୋଟି ଟଙ୍କା ଆତ୍ମସାତ କରିଛି। ଏହି ମାମଲାର ତଦନ୍ତ କରୁଥିବା ସମୟରେ ତତ୍କାଳୀନ ପୋଲିସ କମିସନର୍‌ ରାଜୀବ କୁମାର ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବାର ପ୍ରମାଣ ସିବିଆଇ ପାଖରେ ରହିଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।