ଅନ୍ତରଙ୍ଗ ମୁହୂର୍ତ୍ତରେ ବାଲକୋନିରୁ ଖସି ପ୍ରେମୀଯୁଗଳଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅନ୍ତରଙ୍ଗ ମୁହୂର୍ତ୍ତରେ ବାଲକୋନିରୁ ତଳକୁ ଖସି ପଡ଼ି ପ୍ରେମୀଯୁଗଳଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ଶନିବାର ନର୍ଥ ଆମେରିକା ଇକ୍ୟୁଆଡୋରର କାରାପୁଙ୍ଗା ଜିଲ୍ଲାରେ ଘଟିଛି।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଦୁହେଁ ଆକସ୍ମିକ ଭାବେ ବାଲକୋନିରୁ ତଳକୁ ଖସି ପଡ଼ିଥିଲେ। ଜୋର ଶବ୍ଦ ହେବାରୁ ଆମ୍ଭେମାନେ ଘଟଣାସ୍ଥଳକୁ ଆସି ଦେଖିଲୁ ଦୁହେଁ ବିନାବସ୍ତ୍ରରେ ଚଟାଣରେ ପଡ଼ିଥିଲେ। ଏହାପରେ ପୋଲିସକୁ ଖବର ଦେବାରୁ ପୋଲିସ ପହଁଞ୍ଚି ଦୁହିଁଙ୍କ ଶବକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ମୃତ ଯୁବତୀ ଆଠବର୍ଷ ଶିଶୁର ମା’ ଥିଲେ। ତାଙ୍କ ବୟସ ୩୫ବର୍ଷ। ସେ ଦୁଇବର୍ଷ ହେବ୨୮ବର୍ଷୀୟ ଏହି ଯୁବକଙ୍କ ସହିତ ରିଲେସନ୍‌ସିପ୍‌ରେ ରହିଥିଲେ।

ମତାମତ ଦିଅନ୍ତୁ ।