ସ୍ୱାମୀଙ୍କ ଶବ ନେବାକୁ ଦାବିକଲେ ଏକାଧିକ ପତ୍ନୀ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ହରିଦ୍ୱାରରେ ବିଚିତ୍ର ଘଟଣା ଘଟିଛି। ସ୍ୱାମୀଙ୍କ ଶବ ନେବାକୁ ଦାବି କରିଛନ୍ତି ଏକାଧିକ ପତ୍ନୀ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ମୃତ ବ୍ୟକ୍ତି କେତେଜଣଙ୍କୁ ବିବାହ କରିଥିଲେ ସେ କଥା କୌଣସି ପତ୍ନୀ ଜାଣନ୍ତିନି।

ହରିଦ୍ୱାରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଅମର ଆତ୍ମା ଆର ପାରିକୁ ଚାଲିଯାଇଛି। କିନ୍ତୁ ବ୍ୟକ୍ତିଜଣଙ୍କ ମଲା ପରେ ବି ଖେଳ ଜମିଛି। ଶବ ନେବାକୁ ଦାବି କରିଛନ୍ତି ପ୍ରଥମେ ୫ ଜଣ ମହିଳା। ମୃତ ବ୍ୟକ୍ତି ତାଙ୍କ ସ୍ୱାମୀ ବୋଲି ସମସ୍ତେ କହୁଛନ୍ତି। ଯାହା ବି ହେଉ ବହୁ ବାଦ ବିବାଦ ପରେ ଅଡୁଆ ତୁଟିବାରୁ ମୃତ ବ୍ୟକ୍ତିଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ପହଞ୍ଚିଥିଲେ ଦୁଇଜଣ ମହିଳା। ସେମାନେ ମଧ୍ୟ ନିଜକୁ ସେଇ ମୃତ ବ୍ୟକ୍ତିର ସ୍ତ୍ରୀ ବୋଲି ଦର୍ଶାଇ ଶେଷକୃତ୍ୟ କରିବା ପାଇଁ ଦାବି କରିଥିଲେ। ଏବେ ପତ୍ନୀ ତାଲିକାରେ ଆଉ କେତେଜଣ ଯୋଡି ହେଉଛନ୍ତି ପୋଲିସ ଗଣିବା ପାଇଁ ଅପେକ୍ଷା କରିଛି।

ଅନ୍ୟପକ୍ଷରେ ପୋଲିସ ସୂଚନା ହେଲା ପୱନ୍‌ କୁମାର ନାମକ ସେହି ବ୍ୟକ୍ତି ଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ରବିବାର ବିଷ ପିଇଦେବାରୁ ତାଙ୍କ ସ୍ତ୍ରୀ ହସ୍ପିଟାଲ ନେଇଥିଲେ ସେଠାରେ ପୱନ୍‌ଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ମତାମତ ଦିଅନ୍ତୁ ।