Breaking News ଅପରାଧ

ସେଲ୍‌ଫି ଉଠାଇ ଫସିଲେ ପୋଲିସ ବାବୁ

ଭୁବନେଶ୍ଵର : ଅଭିଯୁକ୍ତଙ୍କ ସହ ସେଲ୍‌ଫି ଉଠାଇ ଫସିଛନ୍ତି ଥାନା ଅଧିକାରୀ। ଏହି ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହେବାପରେ ବାବୁଙ୍କୁ ବଦଳି କରାଯାଇଛି। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ହତ୍ୟା ଅଭିଯୁକ୍ତଙ୍କ ସହ ସେଲ୍‌ଫି ନେଇ ଚର୍ଚ୍ଚାରେ ଥିଲେ। ଏହି ଘଟଣା ପୁରୀ ଏସ୍‌ପି ଜାଣିବା ପରେ ଆଇଆଇସିଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ ଗତ ୫ ତାରିଖରେ ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ୱାଇଁ ଓ ପୁଅ ଦିଲୀପଙ୍କ ଉପରେ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦିଲୀପଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ବାପା ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲା। ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ୱାଳ ଓରଫ ମୁନାକୁ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ଗିରଫ କରି ନିମାପଡ଼ା ଥାନାକୁ ଆଣୁଥିବା ବେଳେ ଅଭିଯୁକ୍ତ ସହ ଆଇଆଇସି ବୁଲୁ ମୁଣ୍ଡା ସେଲଫି ଉଠାଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।