Breaking News ଅପରାଧ

ବ୍ଲକ ସଂଯୋଜକଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ଭୁବନେଶ୍ଵର : ବିଜେପୁର ଉପନିର୍ବାଚନ ପାଇଁ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କ ହତ୍ୟାର ପର୍ଦ୍ଦାଫାସ ହୋଇଛି। ସ୍ୱସ୍ଥ ଭାରତ ଅଭିଯାନ ପାଇଖାନା ବିଲ୍‌ ବକେୟା ପାଇଁ ଦୁଇଜଣକ ତରଣୀସେନଙ୍କୁ ହତ୍ୟା କରିଥିବା ବରଗଡ଼ ଏସ୍‌ପି ମଙ୍ଗଳବାର ସୂଚନା ଦେଇଛନ୍ତି। ଏହି ହତ୍ୟା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ୨ ଅଭିଯୁକ୍ତ ରିନୁ ସାହୁ ଓ ରାମ ମେହେର ତରଣୀସେନ ମହଲାଙ୍କୁ ଭଡା ଘରେ ହତ୍ୟା କରିବା ପରେ ଫକୀରମୋହନ ନାମକ ଜଣେ ସହଯୋଗୀଙ୍କୁ ଧରି ଶବକୁ ବିଜେପୁର ଡମ୍ପିଂୟାର୍ଡ ଭିତରେ ଫିଙ୍ଗି ଦେଇଥିଲେ। ପୋଲିସ ଫୋନ୍‌ ଟ୍ରାକ୍‌ କରି ରିନୁ, ରାମ ଓ ଫକୀରଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।