Breaking News ଅପରାଧ

ନର୍ସକୁ ପ୍ରତାରଣା କରିଥିବା ଅଭିଯୋଗରେ ପୂର୍ବତନ ଛାତ୍ର ନେତା ଗିରଫ

ଭୁବନେଶ୍ଵର : ଯାଜପୁର ବିଂଝାରପୁର ବ୍ଲକ୍‌ ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ ବିଂଝାରପୁର ଥାନା ଚିକଣା ପଞ୍ଚାୟତ ପଇରଖ ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର ଜଣେ ନର୍ସକୁ ବିବାହ ପ୍ରଲୋଭନ ଦେଖାଇ ୭ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ। ଜିତେନ୍ଦ୍ର ଅନ୍ୟତ୍ର ବିବାହ କରୁଥିବା ଜାଣିବା ପରେ ଯୁବତୀ ଜଣକ ବଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଆଜି ଜିତେନ୍ଦ୍ରକୁ ପାଣିକୋଇଲି ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି।

ମତାମତ ଦିଅନ୍ତୁ ।