April 7, 2020

ବଡ଼ଭଉଣୀର ଆପତ୍ତିଜନକ ଫଟୋ ପ୍ରେମିକ ପାଖକୁ ପଠାଇ ସାନ ଗିରଫ

ନୂଆଦିଲ୍ଲୀ : ପ୍ରେମିକ ସର୍ତ୍ତରେ ଅନୁସାରେ କାର୍ଯ୍ୟକରି ଫସିଯାଇଛି ପ୍ରେମିକା। ନିଜ ବଡ଼ଭଉଣୀର ସ୍ନାନ ବେଳର ଆପତ୍ତିଜନକ ଫଟୋ ଉତ୍ତୋଳନ କରି ପ୍ରେମିକ ପାଖକୁ ପଠାଇଥିବା ୨୫ ବର୍ଷୀୟ ଯୁବତୀଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ସେଇ ଆପତ୍ତିଜନକ ଫଟୋ ବଡ଼ଭଉଣୀଙ୍କର ଆତ୍ମୀୟମାନଙ୍କୁ ପଠାଇଥିବା ବ୍ୟକ୍ତିଜଣକ ଧରାପଡିନି।

ପୋଲିସ କହିବ ଅନୁଯାୟୀ ଅଭିଯୁକ୍ତ ଯୁବତୀଙ୍କର ବାଇକୁଲ୍ଲାର ଜଣେ ବିବାହିତ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା। ତରୁଣୀଙ୍କ ମା ଏହାକୁ ବିରୋଧ କରୁଥିଲେ। ନବରାତ୍ରୀ ଉତ୍ସବ ସମୟରେ ଯୁବତୀର ବଡ଼ଭଉଣୀଙ୍କ ଦାଣ୍ଡିଆ ବାଡ଼ି ଭୁଲ୍‌କ୍ରମେ ସାନଭଉଣୀ ପ୍ରେମିକଙ୍କ ଭଉଣୀ ଦେହରେ ବାଜିଗଲା। ସେଥିପାଇଁ ପ୍ରେମିକଙ୍କ ପତ୍ନୀ ପାଟିତୁଣ୍ଡ କଲେ। ପ୍ରେମିକ ମଧ୍ୟ ପତ୍ନୀଙ୍କ ସହିତ ସାମିଲ ହୋଇଦେଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ଭଉଣୀ ସମସ୍ତଙ୍କ ସାମ୍ନାରେ ସାନଭଉଣୀର ପ୍ରେମିକଙ୍କୁ ପିଟିବାରୁ ସେ ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲେ।

ଉପାୟ ଚିନ୍ତାକରି ପ୍ରେମିକାକୁ ବନାଇଲେ ମୋହରା। ଆଉ କହିଲେ ଯଦି ମୋତେ ବାହା ହେବାକୁ ଚାହୁଁଛି ତେବେ ବଡ଼ଭଉଣୀର ବିବସ୍ତ୍ର ଫଟୋ ଉଠାଇ ପଠାଅ। ପ୍ରେମରେ ଅନ୍ଧ ହୋଇଥିବା ସାନଭଉଣୀ ବଡ଼ଭଉଣୀର ବାଥ୍‌ରୁମ୍‌ରେ ସ୍ନାନ କରିବା ବେଳର ନଗ୍ନ ଫୋଟୋ ଉତ୍ତୋଳନ ପ୍ରେମିକ ପାଖକୁ ପଠାଇଥିଲେ। ପ୍ରେମିକ ଏହି ଫଟୋଗୁଡ଼ିକୁ ବଡ଼ଭଉଣୀଙ୍କ ଶ୍ଵଶୁର ଓ ଜ୍ଞାତିକୁଟୁମ୍ବଙ୍କ ନିକଟକୁ ପଠାଇଦେଲେ। ଏହା ସାନଭଉଣୀର କାମ ବୋଲି ଅଭିଯୋଗକାରିଣୀ ବଡ଼ଭଉଣୀ ଜାଣିବା ପରେ ଥାନାରେ ଜଣାଇବାରୁ ପୋଲିସ ସାନକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *