April 7, 2020

ଅସଦାଚରଣ କରି ମାଡ ଖାଇଲେ ଭଣ୍ଡ ବାବା

ଭୁବନେଶ୍ଵର : ଭଦ୍ରକ ଜିଲ୍ଲା ଚୁଡ଼ାମଣି ଅଞ୍ଚଳର ରାଧାନାଥପୁର ଗାଁରେ ଜଣେ ମହିଳାଙ୍କୁ ଅସଦାଚରଣ କରି ଜଣେ ଭଣ୍ଡ ବାବା ନିସ୍ତୁକ ମାଡ଼ ଖାଇଛନ୍ତି। ପୂଜା ନାମରେ ବାବାଙ୍କର ଏହି କାରନାମା ପାଇଁ ଲୋକେ ତାଙ୍କୁ ଶାସ୍ତି ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ରାଧାନାଥପୁର ଗାଁର ଜଣେ ମହିଳାଙ୍କର ବିବାହର ୫ ବର୍ଷ ପରେ ପିଲାଛୁଆ ହୋଇନଥିଲା। ସେଥିପାଇଁ ପୂଜାପାଠ କରିବାକୁ କହିଥିଲେ କୁଷ୍ଣପୁର ଗାଁର ଭଣ୍ଡ ବାବା ଗୌରହରି ତଳା। ମହିଳାଙ୍କ ପରିବାର ଲୋକେ ପୂଜା ବ୍ୟବସ୍ଥା କରିଥିଲେ। ଗତକାଲି ରାତିରେ ଭଣ୍ଡ ବାବା ଘରେ ପୂଜା ପାଠ କରିବା ସହ ଉକ୍ତ ମହିଳାଙ୍କୁ ଶ୍ମଶାନକୁ ନେଇ ଯାଇଥିଲେ। ମହିଳାଙ୍କ ସ୍ୱାମୀ ଓ ଶ୍ୱଶୁର ସେଠାକୁ ଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ନ ରହିବାକୁ ସେମାନଙ୍କୁ କହିଥିଲେ ଭଣ୍ଡ ବାପା। ତାଙ୍କ କଥାମାନି ସେମାନେ କିଛି ଦୂରକୁ ଚାଲି ଯାଇଥିଲେ। ଏହା ପରେ ଭଣ୍ଡ ବାବା ପୂଜା ପାଠ କରିବା ବାହାନାରେ ଉକ୍ତ ମହିଳାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ତାଙ୍କ ସ୍ୱାମୀ ଓ ଶ୍ୱଶୁର ସେଠାରେ ପହଞ୍ଚି ବାବାକୁ ନିସ୍ତୁକ ପିଟିବା ସହିତ ଗାଁକୁ ଆଣି ଅଟକ ରଖିଥିଲେ। ପରେ ପୋଲିସରେ ଲିସରେ ଜିମା ଦେଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *