ବ୍ୟାଙ୍କରୁ ଗ୍ରାହକଙ୍କ ଟଙ୍କା ହଡ଼ପ ଘଟଣାରେ ୨ ଗିରଫ

ଭୁବନେଶ୍ଵର : ଆକାଉଣ୍ଟ ଟାମ୍ପରିଂ ଓ ଏଟିଏମ ପାସ୍‌ଓ୍ଵାର୍ଡ ଚୋରୀ କରି ଗ୍ରାହକଙ୍କ ଟଙ୍କା ହଡପ କରିବା ମାମଲାରେ ପୋଲିସ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୀଳମଣି ତ୍ରିପାଠୀ ଓ ସହଯୋଗୀ ସ୍ୱାଗତ ମିଶ୍ର। ଏ ଦୁହେଁ ପାଖାପାଖି ୮ ଲକ୍ଷ ୩୧ ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ଉଠିଥିଲା। ତଦନ୍ତ ଅଭିଯୋଗର ପ୍ରମାଣ ମିଳିବାରୁ ଗିରଫ କରାଯାଇଛି।

ମତାମତ ଦିଅନ୍ତୁ ।