April 4, 2020

ମୋବାଇଲ୍‌ ଫୋନ୍‌ ବିସ୍ଫୋରଣରେ ଜଣେ ମୃତ

ଭୁବନେଶ୍ଵର : ପାରାଦୀପର ଲକ୍‌ପଡ଼ା ଅଞ୍ଚଳରେ ରବିବାର ବିଳମ୍ବତ ରାତ୍ରୀରେ ଘଟିଛି ଅଘଟଣ। ମୋବାଇଲ୍‌ ଫୋନ୍‌ ଫାଟି ଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ନୟଗାଡ଼ ଜିଲ୍ଲା ଅନ୍ତର୍ଗତ ଲେମ୍ବାଗୁଡ଼ା ଗ୍ରାମର କୁନା ପ୍ରଧାନ। ଜଗନ୍ନାଥ ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଗୋଟାଏ ମନ୍ଦିର ତୋଳିବା ପାଇଁ ନୟାଗଡ଼ ଜିଲ୍ଲାରୁ କିଛି କାରିଗରଙ୍କୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣ ସଂଘ କାର୍ଯ୍ୟାଳୟର ଗୋଟାଏ କୋଠରିରେ ଶୋଇଥିଲେ। ଚାର୍ଜରେ ବସାଇଥିବା ମୋବାଇଲ୍‌ଟିକୁ କୁନା ମୁଣ୍ଡ ପାଖରେ ରଖି ଶୋଇଥିଲେ। କୌଣସି କାରଣରୁ ଫୋନ୍‌ଟି ପ୍ରଚଣ୍ଡ ଶବ୍ଦ କରି ଫାଟିବାରୁ କୁନାଙ୍କର ମୁହଁ ସମେତ ଦେହର ଉପରିଭାଗ ପୋଡ଼ି କ୍ଷତବିକ୍ଷତ ହୋଇଯାଇଥିଲା। ଚିକିତ୍ସା ନିମନ୍ତେ କୁନାକୁ ଅଠରବାଙ୍କୀ ବିଜୁ ମେମୋରିଆଲ୍‌ ହସ୍‌ପିଟାଲ୍‌କୁ ନିଆଯିବା ବାଟରେ ତାର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *