ଡି-ବ୍ରଦର୍ସ ଗ୍ୟାଙ୍ଗର ୨ ଗିରଫ

କଟକ : କଟକର ଡି-ବ୍ରଦର୍ସ ଗ୍ୟାଙ୍ଗର ଦୁଇଜଣ ସଦସ୍ୟ ଡାନି ଓ ରନିଆଙ୍କୁ ଲାଲବାଗ ଥାନାର ପୋଲିସ ଗିରଫ କରିଛି। ଏମାନଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି ଓ ୩ଟି ମ୍ୟାଗଜିନ ଜବତ କରାଯାଇଛି।

ବୁଧବାର କଟକ ଡିସିପି ପ୍ରତୀକ ସିଂହ ଦେଇଥିବା ସୂଚନା ଅନୁଯାୟୀ ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଡାନି ଓ ରନିଆ ତାଙ୍କୁ ଘରୁ ଡାକି ନେଇ ଦାଦାବଟି ଆଦାୟ କରିବାକୁ ପ୍ରବର୍ତ୍ତାଇଥିଲେ। ଏଥିରେ ରାଜି ନ ହେବାରୁ ବନ୍ଧୁକ ଦେଖାଇ ଡ଼ରାଇଥିଲେ। ଏହି ସମୟରେ ପାଟିତୁଣ୍ଡ ହେବାରୁ ଲୋକେ ଜମା ହୋଇଯାଇଥିଲେ। ଲୋକଙ୍କୁ ଦେଖି ଡାନି ଓ ରନିଆ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେହି ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।