ଡବଲ୍ ଡୋଜ୍ ନେବା ପରେ ହୋଇପାରେ କରୋନା

ଭୁବନେଶ୍ୱର : କରୋନା ତୃତୀୟ ଲହର ଆସିବା ନେଇ କେବଳ ଆକଳନ କରାଯାଉଛି। ଏଥିପାଇଁ ଆମେ ଭୟଭୀତ ହେବା ନାହିଁ। ଯେକୌଣସି ପରିସ୍ଥିତିରମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କିନ୍ତୁ ‘ଡବଲ ଡୋଜ ଭ୍ୟାକ୍ସିନ ନେବା ପରେ କରୋନା ହୋଇପାରେ। ତେଣୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଠିକ୍ ଭାବେ ପାଳନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି ଆଜି ଯାଏ କୌଣସି କୋଭିଡ୍ ଭ୍ୟାକ୍ସିନ ଶତ ପ୍ରତିଶତ କାମ କରିଥିବାର ତଥ୍ୟ ମିଳିପାରିନି। ବିଭିନ୍ନ ଭ୍ୟାକ୍ସିନ ୭୦ରୁ ୯୦ପ୍ରତିଶତ ଭିତରେ କାର୍ଯ୍ୟ କରୁଥିବା ବେଳେ ଏହାକୁ ନେବା ଦ୍ୱାରା ଆମ ଦେହରେ କୋଭିଡ୍‌ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। କିନ୍ତୁ ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଥିବାରୁ ସଂକ୍ରମଣ ହେବ। ମାତ୍ର ଭ୍ୟାକ୍ସିନର ଡବଲ ଡୋଜ ନେବା ପରେ ଗୁରୁତର ହେବା ଆଶଙ୍କା କମି ଯାଉଛି।

ଅନ୍ୟପକ୍ଷରେ ଟିକା ନେବା ପରେ ସଂକ୍ରମଣ ହେଉଥିବାରୁ ଏହାର ଅନୁଧ୍ୟାନ ପାଇଁ ରାଜ୍ୟରେ ଟେକ୍‌ନିକାଲ୍ କମିଟି ଗଠନ କରାଯାଇଛି। ଓଡ଼ିଶାରେ ଟିକା ନେବା ପରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାର ତର୍ଜମା କରାଯାଉଛି। ଦରକାର ପଡିଲେ ଅନ୍ୟ ଏକ୍ସପର୍ଟମାନଙ୍କ ସହାୟତା ନିଆଯିବ।
ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ଟିକାର ପ୍ରଥମ ଡୋଜ ନେଇ ୦.୦୪ ପ୍ରତିଶତ ଓ ଦ୍ୱିତୀୟ ଡୋଜ ନେଇ ୦.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି। ହେଲେ ଭ୍ୟାକ୍ସିନେସନ ପରେ ୭୫ ପ୍ରତିଶତ ଲୋକଙ୍କୁ ମେଡିକାଲ ଯିବାକୁ ପଡୁନି।

ଦେଶରେ ଏବେ ୨୮ଟି ଲ୍ୟାବରେ ୪୦ ହଜାର ନମୂନାର ଜିନମ ସିକ୍ୟୁଏନ୍‌ସିଂ କରାଯାଇଛି। ବିହାର, ଛତିଶଗଡ଼, ଓଡିଶା ଓ ଝାଡ଼ଖଣ୍ଡର ନମୂନାକୁ ନେଇ ଆଇଏଲଏସରେ ଜିନମ ସିକ୍ୟୁଏନ୍‌ସିଂ ହେଉଥିବା ବେଳେ ଦେଶରେ ଏଯାଏଁ ୬ଟି କେସ୍‌ରେ ଡେଲଟା ପ୍ଲସ୍ ଭାଇରସ୍ ଚିହ୍ନଟ ହୋଇଥିବା ଆଇଏଲଏସ୍ ନିର୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.