ଦାଦାବଟି ମାଗିବା ଅଭିଯୋଗରେ ଜଣେ ଗିରଫ

କଟକ : ଚୌଦ୍ଵାର ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁଗୁ ଓରଫ ଶୁଭାଶିଷ ଖୁଣ୍ଟିଆ ଜଣେ ଠିକାଦାରଙ୍କୁ ବଟି ମାଗିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁଗୁର ସହଯୋଗୀ ବଙ୍କା ମିଟୁକୁ ମଧୁପାଟଣା ଥାନା ପୋଲିସ ଗିରଫ କରିଛି। ବଟି ଆଣିବାକୁ ଯାଇଥିବା ମିଟୁକୁ ପୋଲିସ କାବୁ କରିବା ପରେ କଥା ପଦାକୁ ଆସିଛି। ଏହି ଅଭିଯୁକ୍ତଜଣକ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ସର୍ବେଶ୍ୱର ମହାନ୍ତି ଓରଫ ବାଙ୍କା ମିଟୁ। ତାକୁ ପଚରାଉଚୁରା କରାଯିବ ପରେ ଜେଲ୍‍ରେ ଥିବା ଅପରାଧୀ ଶୁଭାଶିଷ ଖୁଣ୍ଟିଆ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ମତାମତ ଦିଅନ୍ତୁ ।