ଦାଦାବଟି ରୋକିବା ପାଇଁ ଜାରିହେଲା ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର : ପୂଜା ବଜାର ସମୟରେ ଦାଦାବଟି ରୋକିବାକୁ ନୂଆ ବ୍ୟବସ୍ଥା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଜାରି କରିଛନ୍ତି ହେଲ୍ପଲାଇନ୍ ନମ୍ବର। ୯୯୩୮୯୧୦୦୦୦ ଏହି ନମ୍ବରକୁ ଫୋନ କରିବାକୁ ଦେଇଛନ୍ତି ପରାମର୍ଶ।

ମଙ୍ଗଳବାର ଗଣମାଧ୍ୟମକୁ ଡିଜିପି କହିଛନ୍ତି ଭୁବନେଶ୍ୱର ଓ କଟକ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ଏହି ନମ୍ବରରେ ଫୋନ କିମ୍ବା ଏସଏମଏସ ମେସେଜ ମାଧ୍ୟମରେ ଅଭିଯୋଗ କରିହେବ। ଅଭିଯୋଗକାରୀ ଇଚ୍ଛା କଲେ ନାମ ଗୁପ୍ତ ରଖାଯିବ। ସୂଚନା ଅନୁଯାୟୀ କିଛି ଦିନ ତଳେ କମିଶନେରେଟ ପୋଲିସ ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା। ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କୁ ମାସିକ ୨୦ ହଜାର ଟଙ୍କା ସେ ଦାଦାବଟି ମାଗୁଥିଲେ। ଏକାଧିକ ବାର ବଟି ଦେବା ପରେ ଅତିଷ୍ଠ ହୋଇ ବ୍ୟକ୍ତି ଜଣଙ୍କ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିବ ପରେ ତାଙ୍କୁ ଗିରଫ କରଯାଇଥିଲା।

ମତାମତ ଦିଅନ୍ତୁ ।