ଡାଇବେଟିସ୍‌ ରୋଗୀ ଏହି ଫଳ ଅଧିକ ଖାଇବା ମନା

ଭୁବନେଶ୍ୱର : ଡାଇବେଟିସ୍‌ ରୋଗୀ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଖାଦ୍ୟ ଖାଇବା ସମୟରେ ଗ୍ଲାଇସେମିକ ଇଣ୍ଡେକ୍ସକୁ ଦ୍ରୁଷ୍ଟି ଦେବା ଜରୁରୀ। ଏହାଛଡା ୫ଟି ଫଳ ଠାରୁ ଡାଇବେଟିସ୍‌ ରୋଗୀ ଦୂରେଇ ରହିବା ଉଚିତ୍। ଆସନ୍ତୁ ସେ ବିଷୟରେ ଜାଣିବା…

ଡାଇବେଟିସ୍ ରୋଗୀ ଅଧିକ ଆମ୍ବ ଖାଇଲେ ଶୀରରରେ ବ୍ଲଡ୍‌ ସୁଗାରର ସ୍ତର ବୃଦ୍ଧି ପାଇଥାଏ। ୧୦୦ ଗ୍ରାମ୍‌ ଆମ୍ୱରେ ପାଖାପାଖି ୧୪ ଗ୍ରାମ୍‌ର ସୁଗାର ରହିଥିବାରୁ ଏହି ଫଳକୁ ଡାଇବେଟିସ୍‌ ରୋଗୀ ଖାଇବ ଉଚିତ ନୁହେଁ।

କଦଳୀ ଡାଇବେଟିସ୍ ପାଇଁ ଏହା ଲାଭଦାୟକ। ହେଲେ ଗୋଟିଏ ଦିନରେ କେତୋଟି କଦଳୀ ଖାଉଛନ୍ତି ତା’ ଉପରେ ଏହା ନିର୍ଭର କରିବ। କାରଣ ୧୦୦ ଗ୍ରାମ୍‌ କଦଳୀରେ ୧୨ ଗ୍ରାମ୍‌ ସୁଗାର ରହିଥାଏ। ତେଣୁ ଅଧିକ କଦଳୀ ଖାଇଲେ ସୁଗାର ସ୍ତର ବଢ଼ିବ।

ଡାଇବେଟିସ୍‌ ରୋଗୀ ଲିଚୁ କମ୍‌ ଖାଇବା ଉଚିତ। ୧୦୦ ଗ୍ରାମ୍‌ ଲିଚୁରେ ସୁଗାର ପରିମାଣ ପାଖାପାଖି ୧୫ ଗ୍ରାମ୍ ରହିଥାଏ। ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବାକୁ ହେଲେ ଲିଚୁ କମ୍‌ ଖାଆନ୍ତୁ।

ଡାଇବେଟିସ୍ ରୋଗୀ ଚେରୀ କୋଳି ଅଧିକ ଖାଇବା ଅନୁଚିତ। ଗୋଟିଏ କପ୍‌ ଚେରୀରେ ୧୩ ଗ୍ରାମ୍‌ର ସୁଗାର ରହିଥାଏ। ତେଣୁ ଏହାକୁ ଅଧିକ ଖାଇଲେ ବ୍ଲଡ୍ ସୁଗାର ହଠାତ ବୃଦ୍ଧି ପାଇବ।

ଡାଇବେଟିସ୍‌ ରୋଗୀ ଅଙ୍ଗୁର ଖାଇପାରିବେ। କିନ୍ତୁ ଅଧିକ ଖାଇବା ମନା। କାରଣ ୧୦୦ ଗ୍ରାମ୍‌ ଅଙ୍ଗୁରରେ ପାଖାପାଖି ୪୦ ଗ୍ରାମ୍‌ର ସୁଗାର ରହିଛି।

ମତାମତ ଦିଅନ୍ତୁ ।