Breaking Newsଜୀବନଚର୍ଯ୍ୟା

ଡାଇବେଟିସ୍‌ ରୋଗୀଙ୍କ ପାଇଁ ତେଜପତ୍ର ବେଶ୍‌ ଉପକାରୀ

ସ୍ୱାସ୍ଥ୍ୟ ପାଇଁ ତେଜପତ୍ର ବେଶ୍‌ ଉପକାରୀ। ଆପଣ ବ୍ୟବହାର କରୁଥିବା ମସଲା ସାମଗ୍ରୀରେ ଏହାକୁ ସାମିଲ୍‌ କରିବା ଉଚିତ। କାରଣ ତେଜପତ୍ରରେ ରହିଛି ଭିଟାମିନ୍‌-ଏ, ଭିଟାମିନ୍‌-ସି। ଭିଟାମିନ୍‌-ଏ ଆମ ଆଖି ଜନିତ ସମସ୍ୟାକୁ ଦୂରକରିଥାଏ। ଭିଟାମିନ୍‌-ସି ଶରୀରରେ ହ୍ୱାଇଟ୍‌ ବ୍ଲଡ୍‌ ସେଲ୍ସକୁ ବଢାଇବାରେ ସହାୟକ ହୁଏ।

ସୁସ୍ଥ ଜୀବନଶୈଳୀ ପାଇଁ ତେଜପତ୍ର ବ୍ୟବହାର ଆବଶ୍ୟକ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ତେଜପତ୍ରକୁ ଖାଦ୍ୟରେ ସାମିଲ୍‌ କରିପାରିବେ। ଏଥିସହ ମଧୁମେହ ରୋଗୀଙ୍କର ବଢୁଥିବା କମୁଥିବା ଇନ୍‌ସୁଲିନ୍‌ ସ୍ତରକୁ ତେଜପତ୍ର ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ମଧୁମେହ ରୋଗୀ ଖାଦ୍ୟରେ ତେଜପତ୍ରକୁ ଯେତେ ବ୍ୟବହାର କରିପାରିବେ। ଏପରିକି ତେଜପତ୍ରକୁ ମଧୁମେହ ରୋଗୀ ଚା’ରେ ପକାଇ ପିଇପାରିବେ।

ମତାମତ ଦିଅନ୍ତୁ ।

Back to top button