ଡାଇବେଟିସର ଶିକାର ହୋଇପାରନ୍ତି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତମାନେ ଡାଇବେଟିସ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗଭ କହିଛନ୍ତି କରୋନା ଆକ୍ରାନ୍ତଙ୍କ ସୁଗାର ଲେବୁଲ ବଢ଼ାଇଥାଏ। ସେଥିପାଇଁ କରୋନା ରୋଗୀଙ୍କୁ ଡାଇବେଟିସ ହୋଇପାରେ। ସେ କହିଛନ୍ତି ଫଙ୍ଗଲ୍ ସଂକ୍ରମଣ ଆର୍ଦ୍ର ସ୍ଥିତିରେ ବଢ଼ିଥାଏ। ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ସେ ଫଙ୍ଗସ ସଂକ୍ରମଣର ଶିକାର ହୋଇପାରିବ। ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି। ଆଉ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟମାନଙ୍କ ତୁଳନାରେ କମ୍ ରହିଥାଏ। ତେଣୁ ଏହି ସମସ୍ୟା ସେମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଛି।

ସେହିପରି ଡ଼ାକ୍ତର ଭାର୍ଗଭ କହିଛନ୍ତି ଜଣେ କରୋନା ସଂକ୍ରମିତ ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ। ଏବେ ପରିସ୍ଥିତିରେ ସୁଧାର ଆସୁଥିଲେ ହେଁ ତଥାପି ସଜାଗ ରହିବାକୁ ହେବ। କରୋନାର ସାମାନ୍ୟ ଓ ମଧ୍ୟମ ସ୍ତରର ରୋଗୀଙ୍କ ପାଇଁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ୨ଡିଜି ଔଷଧ ଭଲ ଭାବରେ ପ୍ରଭାବ ଦେଖାଇବ। କିନ୍ତୁ ଗୁରୁତର ରୋଗୀଙ୍କ ପାଇଁ ଏହା ସେତେଟା ଫଳପ୍ରଦ ହେବନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.