ଦକ୍ଷତା ଆମକୁ ଆତ୍ମନିର୍ଭର କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ୍ ବିଶ୍ଵବାସୀଙ୍କ ପାଇଁ ନୂଆ ନୂଆ ଆହ୍ଵାନ ଆଣିଛି। ଦକ୍ଷତା ବଳରେ ଏହାର ମୁକାବିଲା ପାଇଁ ପ୍ରତ୍ୟେକ ପ୍ରସ୍ତୁତ ହେବା ଆବଶ୍ୟକ। ତେଣୁ ଦକ୍ଷ ହୁଅ, ପୁନଃ- ଦକ୍ଷତା ହାସଲ କର ଓ ଅତିରିକ୍ତ ଦକ୍ଷତା ହାସଲ କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ବୁଧବାର ୱାଲର୍ଡ ୟୋଥ୍ ସ୍କିଲ୍‌ସ୍‌ ଡେ ପାଇଁ ଆୟୋଜିତ ଡିଜିଟାଲ୍ କନ୍‌କ୍ଲେଭ୍‌ରେ ଉଦ୍‌ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ଅବସରରେ ସେ ଯୁବବର୍ଗଙ୍କୁ ଦେଇଛନ୍ତି ଦକ୍ଷତା ହାସଲର ନୂଆ ମନ୍ତ୍ର। ଆଉ କହିଛନ୍ତି ଦକ୍ଷ ହୁଅ, ପୁନଃ- ଦକ୍ଷତା ହାସଲ କର ଓ ଅତିରିକ୍ତ ଦକ୍ଷତା ହାସଲ କର। ପ୍ରଧାନମନ୍ତ୍ରୀ କହିଲେ ଆଜିର ଦିନଟି ତୁମ୍ଭମାନଙ୍କ ଦକ୍ଷତା ପ୍ରତି ଉତ୍ସର୍ଗୀକୃତ। ସହସ୍ରାବ୍ଦୀ ଯୁବାର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା। କୋଭିଡ୍-୧୯ କାର୍ଯ୍ୟର ସ୍ଵରୂପ ବଦଳାଇ ଦେଇଛି। ନୂଆ ପ୍ରଯୁକ୍ତିବିଦ୍ୟା ଆମ ଜୀବନକୁ ପ୍ରଭାବିତ କରିଛି। ତେଣୁ ଆମ ଯୁବବର୍ଗଙ୍କୁ ନୂତନ ଦକ୍ଷତା ଆପଣାଇବାକୁ ପଡ଼ିବ।

  ପୁରୀ : ଦୁଇ ପୋଲିସ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ମୋଦି ଏକ ଉଦାହରଣ ଦେଇ କହିଲେ ଖଣ୍ଡେ କାଠରୁ ଚେଆର୍‌ଟିଏ ଗଢ଼ିବା। ଅର୍ଥାତ୍ ଅଧିକ କିଛି ଆବଶ୍ୟକତା ଯୋଗକରି ତୁମେ ସେ କାଠ ଖଣ୍ଡକର ମୂଲ୍ୟ ବଢ଼ାଇ ଦେଲ। ସମୟ ଉପଯୋଗୀ ରହିବା ପାଇଁ ତୁମକୁ ଯେଉଁଥିରେ ହେଉ ନା କାହିଁକି କିଛି ନା କିଛି ଯୋଗ କରିବାକୁ ପଡ଼ିବ। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମର ଦକ୍ଷତାକୁ ଆହୁରି ପ୍ରସସ୍ଥ କରିବାକୁ ପଡ଼ିବ। ଏହା ହେଉଛି ଅତିରିକ୍ତ ଦକ୍ଷତା। ସେ କହିଲେ କେବଳ ଯୁବବର୍ଗ ନୁହନ୍ତି, ଯେକୌଣସି ବ୍ୟକ୍ତିବିଶେଷ ଏ ପଥରେ ଆଗେଇ ପାରିବେ। ନୂଆ ଜିନିଷ ଶିଖ ଓ ଦକ୍ଷତା ବଢ଼ାଇ ଚାଲ। ଏହା ଆମକୁ ଆତ୍ମନିର୍ଭର କରିବ।

ମତାମତ ଦିଅନ୍ତୁ ।