ଡାକ୍ତର ରେଡ୍ଡି’ସ୍ ଲ୍ୟାବ୍‌ରୁ ଡାଟା ଚୋରି : ସବୁ କାର୍ଯ୍ୟାଳୟ ବନ୍ଦ

ନୂଆଦିଲ୍ଲୀ : ବିଶ୍ଵର ପ୍ରମୁଖ ଫାର୍ମା କମ୍ପାନି ଡାକ୍ତର ରେଡ୍ଡି’ସ୍ ଲ୍ୟାବର ସମସ୍ତ ଅଫିସ ବନ୍ଦ। ଫାର୍ମା ମୁଖ୍ୟ ଡାକ୍ତର ରେଡ୍ଡି ଲାବ୍ରୋଟୋରି ସର୍ଭରରୁ ଡାଟା ଲିକ ସୂଚନା ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। କମ୍ପାନିର କିଛି ସର୍ଭରର ଡାଟା ବାହାର ଲୋକେ ଆସସେସ କରିବା ଆଶଙ୍କା ପାଇଁ ସବୁ ଅଫିସକୁ ବନ୍ଦ କରି ଦିଆଯାଇଛି। ଡାକ୍ତର ରେଡ୍ଡି’ସ ଓ ଆରଡିଆଇଏଫକୁ ଭାରତରେ ରୁଷ ଭାକସିନ ସ୍ପୁଟନିକ ଭିର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଥିଲା। ଏହାର କିଛିଦିନ ପରେ ଡାଟା ଲିକ ମାମଲା ସାମ୍ନା ଆସିଛି।

ମତାମତ ଦିଅନ୍ତୁ ।