ଡାକ୍ତର ସନ୍ତୋଷ ସ୍ୱାଇଁ ଆରଜିଏଚ୍‌ ନିର୍ଦ୍ଦେଶକ

ଭୁବନେଶ୍ୱର : କରୋନା ସମୟରେ ରାଜ୍ୟ ସରକାର ବରିଷ୍ଠ ପାହ୍ୟାର ଡାକ୍ତରମାନଙ୍କର ବଦଳି କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ ନବରଙ୍ଗପୁରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟରତ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ଦିଆଯାଇ ରାଉରକେଲାସ୍ଥିତ ଆରଜିଏଚ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ରାଉରକେଲା ଆରଜିଏଚରେ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ (ଟେକନିକାଲ) ଭାବେ ବଦଳି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗରେ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ(ଟେକନିକାଲ) ଦାୟିତ୍ଵରେ ଥିବା ଡାକ୍ତର ଉର୍ମିଳା ମିଶ୍ରଙ୍କୁ ବ୍ଲଡ୍ ସେଫ୍ଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହି ଡାକ୍ତରମାନଙ୍କ ସମେତ ଅନ୍ୟ ୨୬ଜଣ ମେଡିକାଲ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି।

ମତାମତ ଦିଅନ୍ତୁ ।