ଡାକ୍ତରଖାନାରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ମୁମ୍ବାଇ : ରବିବାର କରୋନା ପଜିଟିଭ ଚିହ୍ନଟ ହେବାପରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ମୁମ୍ବାଇର ପୋଓ୍ଵାଇସ୍ଥିତ ହୀରାନନ୍ଦାନୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଅକ୍ଷୟ କୁମାର ଲେଖିଛନ୍ତି ଡାକ୍ତରୀ ପରାମର୍ଶକ୍ରମେ ସତର୍କତାମୂଳକ ପଦକ୍ଷେପସ୍ୱରୂପ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ନେହଭରା ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଶୁଭେଚ୍ଛା ଓ ପ୍ରାର୍ଥନା କାମ ଦେବା ପରି ମନେହେଉଛି। ମୁଁ ଭଲ ଅଛି। ଆଶା କରେ ସହସା ଘରକୁ ଫେରିଯିବି।

ଅକ୍ଷୟ କୁମାର ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ସମସ୍ତଙ୍କୁ ଜଣାଇ ଦେବାକୁ ଚାହେଁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ମୁଁ ଆଜି ସକାଳେ ଜାଣିଲି। ସବୁ ନୀତିନିୟମ ମାନି ତୁରନ୍ତ ପୃଥକ୍‌ବାସ ଆରମ୍ଭ କରିଛି। ଗୃହ ସଂଘରୋଧରେ ଥାଇ ଡାକ୍ତରୀ ପରାମର୍ଶ ଲୋଡ଼ିଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରୁଛି ସେମାନେ ନିଜ ନିଜର ନମୁନା ପରୀକ୍ଷା କରାଇ ନିଅନ୍ତୁ।

Leave a Reply

Your email address will not be published. Required fields are marked *

Back to top button