ଡାକ୍ତରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ବେଙ୍ଗାଲୁରୁ : ଗତ ଜୁଲାଇରେ ଏକ ହୋଟେଲରେ ନ୍ୟୁରୋସର୍ଜନ ଡାକ୍ତର ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ଜଣେ ଇଣ୍ଟରଟନ ନର୍ସ।

ପୀଡ଼ିତା ନର୍ସ ଅଭିଯୋଗ କରିଛନ୍ତି ସେ ହସ୍ପିଟାଲରେ ଇଣ୍ଟରଟନ କରନ୍ତି। ଜୁଲାଇ ୧୫ରେ ସଂପୃକ୍ତ ଡାକ୍ତର ତାଙ୍କୁ ୱିସନ ଗାର୍ଡେନ ହୋଟେଲରେ ଦେଖା କରିବା ପାଇଁ କହିଥିଲେ। ସେଠାରେ ପହଞ୍ଚିବା ପରେ ମୋତେ ହୋଟେଲ ରୁମକୁ ନେଇ ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିଲେ। ପରେ ସେ ମୋତେ ବିବାହ ପ୍ରତିଶୃତି ଦେଇଥିଲେ। ଏମିତିକି ବିବାହ କରିବା ନାଁରେ ଭିଡିଓ କଲିଂ କରି ବ୍ଲାକମେଲ କରୁଥିଲେ। ଡାକ୍ତରଙ୍କ ଘର ଆନ୍ଧ୍ରପ୍ରଦେଶରେ।

ପୋଲିସ କହିଛି ଡାକ୍ତର ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ଏହି ଦୁଷ୍କର୍ମ ଘଟଣା ଜୁଲାଇରେ ଘଟିଥିଲା। କିନ୍ତୁ ନ୍ୟୁରୋ ସର୍ଜନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପୀଡିତା ନର୍ସ ସେପ୍ଟେମ୍ବର ୧୯ରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ।

ମତାମତ ଦିଅନ୍ତୁ ।