ଡାକ୍ତରଙ୍କ ଠାରୁ ୪ ଲକ୍ଷ ଠକିନେଲେ ଯୁବତୀ

ଅନୁଗୋଳ : ଅବସର ପ୍ରାପ୍ତ ଡାକ୍ତରଙ୍କ ଠାରୁ ୪ ଲକ୍ଷ ୫୭ ହଜାର ଟଙ୍କା ଠକିନେଲେ ଯୁବତୀ। ଏଭଳି ଘଟଣା ତାଳଚେର ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ କଲିଆରି ଥାନା ଅଞ୍ଚଳର ଏହି ଯୁବତୀ ଉଚ୍ଚଶିକ୍ଷିତା। ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଛନ୍ତି ବୋଲି କହି ଡାକ୍ତରଙ୍କୁ କହିଥିଲେ। କୌଶଳ କରି ତାଙ୍କଠାରୁ ନେଇଯାଇଥିଲେ ଏଟିଏମ କାର୍ଡ। ୩ଟି ଥରରେ ନିଜ ଆକାଉଣ୍ଟକୁ ୪ ଲକ୍ଷ ୫୭ ହଜାର ଟଙ୍କା ଯୁବତୀ ଟ୍ରାନ୍ସଫର କରିଥିବା ଡାକ୍ତର ଅଭିଯୋଗ କରିଛନ୍ତି। ଏହି ଘଟଣାରେ ତାଳଚେର ପୋଲିସ ସମ୍ପୃକ୍ତ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button