ଡାକ୍ତରଙ୍କୁ ୪୬୫ ବର୍ଷ ଜେଲ୍ ଦଣ୍ଡ

ୱାଶିଙ୍ଗଟନ : ଅନାବଶ୍ୟକ ଅପରେସନ କରୁଥିବା ଅଭିଯୋଗରେ ଆମେରିକା ଭର୍ଜିନିଆରେ ଜଣେ ଡାକ୍ତର (ଗାଇନୋକୋଲଜିଷ୍ଟ)ଙ୍କୁ କୋର୍ଟ ୪୬୫ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି।

ଖବର ହେଲା ରୋଗୀଙ୍କୁ ସର୍ଜରୀ କରିବା ପାଇଁ ଚାପ ପ୍ରୟୋଗ ଅଭିଯୋଗରେ ଡାକ୍ତର ଜାଭେଦ ପେରଭେଜଙ୍କୁ ଆମେରିକାର କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୦ ମସିହା ପରଠାରୁ ଡାକ୍ତର ପେରଭେଜ ଏପରି କାର୍ଯ୍ୟକରି ଘରୋଇ ଓ ସରକାରୀ ବୀମା କମ୍ପାନୀକୁ ଲକ୍ଷ ଲକ୍ଷ ଡଲାରର ବିଲ୍ ଦେଇ ଅନେକ ଟଙ୍କା ରୋଜଗାର କରିଥିଲେ।

କୋର୍ଟର ରେକର୍ଡ଼ ଅନୁଯାୟୀ ଡାକ୍ତର ପେରଭେଜ ଗର୍ଭବତୀ ମହିଳାଙ୍କୁ ଅପରେସନ ଜରିଆରେ ଡେଲିଭରି କରିବାକୁ ପ୍ରଲୋଭିତ କରିଥିଲେ। ବିକଳ୍ପ ଭାବରେ ଅପରିବର୍ତ୍ତନୀୟ ବନ୍ଧ୍ୟାତ୍ଵର ପ୍ରତୀକ୍ଷା ଅବଧିର ଉଲ୍ଲଙ୍ଘନ କରିଥିଲେ। ସେ ରୋଗୀମାନଙ୍କୁ କହୁଥିଲେ ସର୍ଜରୀ ଅତ୍ୟନ୍ତ ଜରୁରୀ। କ୍ୟାନସରକୁ ରୋକିବା ପାଇଁ ଏପରି କରାଯିବା ଆବଶ୍ୟକ।

ମତାମତ ଦିଅନ୍ତୁ ।