ଡାକ୍ତରଙ୍କୁ ଚେତାବନୀ : ତୁରନ୍ତ କାର୍ଯ୍ୟରେ ଯୋଗନଦେଲେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ୭ ଜଣ ପ୍ରାଣ ହରାଇଛନ୍ତି। ଏପରି ସମୟରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା କେତେକ ଡାକ୍ତର ନିଜ କାର୍ଯ୍ୟସମ୍ପାଦନ ପାଇଁ ପଛ ଘୁଞ୍ଚା ଦେଉଛନ୍ତି। କୋଭିଡର ସୁପରିଚାଳନା ପାଇଁ କେତେକ ଡାକ୍ତରମାନଙ୍କର ବଦଳି ହୋଇଥିଲା। କିନ୍ତୁ ସେମାନେ ନୂଆ ସ୍ଥାନରେ ଯୋଗ ଦେଉନଥିବାରୁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଚେତାବନୀ ଦେଇଛନ୍ତି ତୁରନ୍ତ କର୍ମ କ୍ଷେତ୍ରରେ ଯୋଗ ଦିଅ ନଚେତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗତକାଲି ରାଜ୍ୟ ଡିଏମଇଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଆଦେଶର ଖିଲାପ କରିବେ ସେମାନଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଇଣ୍ଡିଆନ ମେଡିକାଲ କାଉନସିଲ ରେଗୁଲେସନ-୨୦୦୨ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.