ଡଲ୍ବି ଓ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ସହିତ ହାତ ମିଳାଇଲା ଆଇପିଆରଏସ୍

ମୁମ୍ବାଇ/ ଭୁବନେଶ୍ୱର : ସଂଗୀତକାର, ଗୀତିକାର ଓ ସଂଗୀତର ପ୍ରକାଶକମାନଙ୍କର ପ୍ରତିନିଧିତ୍ୱ କରୁଥିବା ଏକ ସଂସ୍ଥା ଦି ଇଣ୍ଡିଆନ ପର୍ଫରମିଙ୍ଗ ରାଇଟ ସୋସାଇଟି ଲିମିଟେଡ (ଆଇପିଆରଏସ୍) ସଂଗୀତ ଶିଳ୍ପରେ ଥିବା ମହିଳାମାନଙ୍କୁ ସଶକ୍ତ କରିବାକୁ ତଲ୍ଲୀନ ମନୋରଂଜନ ଅନୁଭୂତି ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ଡଲ୍ବି ଲାବୋରେଟୋରିଜ୍ ଓ ପ୍ରତିଭା ତଥା ନିରପେକ୍ଷ ବିଷୟବସ୍ତୁର ଏକ ମଞ୍ଚ ଭାବରେ ପରିଚିତ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ସହିତ ମିଳିତ ପ୍ରୟାସରେ ହର୍ମ୍ୟୁଜିକ୍ ପ୍ରୟାସ ସମ୍ପର୍କରେ ଘୋଷଣା କରିଛି। ସଂଗୀତ କ୍ଷେତ୍ରରେ ମହିଳାଙ୍କ ପାଇଁ ଥିବା ସମ୍ଭାବ୍ୟ ପ୍ରତିବନ୍ଧକ ଗୁଡିକୁ ଚିହ୍ନଟ କରିବା ଓ ସେମାନେ ଯେଭଳି ନିଜକୁ ପରିପ୍ରକାଶ କରି ଆଗକୁ ବଢିପାରିବେ ସେଥିପାଇଁ ଉପଯୋଗୀ ପରିବେଶ ସୃଷ୍ଟି କରି ଭାରତରେ ମହିଳା ସଂଗୀତଜ୍ଞମାନଙ୍କର ପ୍ରତିନିଧିତ୍ୱକୁ ପ୍ରୋତ୍ସହିତ କରିବାକୁ ଏହି ସହଯୋଗିତା ଲକ୍ଷ୍ୟ ରଖିଛି। ଚଳିତ ମାର୍ଚ୍ଚ ୮ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ସେମାନେ ସମ୍ମିଳିତ ଭାବରେ ହର୍ମ୍ୟୁଜିକ ପ୍ରୟାସ ଅଧୀନରେ ଅନ୍ଲିଶହର୍ ମ୍ୟୁଜିକ, ଏମ୍ପାୱାରହର୍ ମ୍ୟୁଜିକ ଏବଂ ସେଲିବ୍ରେଟହର୍ ମ୍ୟୁଜିକ ଆଦି ତିନିଟି ଚରଣରେ ଅଭିଯାନ ଆରମ୍ଭ କରିବେ।
ଅଭିଯାନର ପ୍ରଥମ ଚରଣ ଅନ୍ଲିଶହର୍ମ୍ୟୁଜିକ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏକ ମ୍ୟୁଜିକ ରାଉଣ୍ଡ ଟେବଲ୍ରେ ହେବାକୁ ଥିବା ଦଳଗତ କାର୍ଯ୍ୟକ୍ରମରେ ସଂଗୀତ ସ୍ରଷ୍ଟା, ସଂଗୀତକାର, ଶିଳ୍ପର ଆଭ୍ୟନ୍ତରୀଣ କ୍ଷେତ୍ର, ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱ ଆଦିରୁ ସମସ୍ତ ଅଗ୍ରଣୀ ମହିଳାମାନଙ୍କୁ ସମବେତ କରାଇବ। ଏହି ଦଳଗତ କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶିକା ସ୍ନେହା ଖାନ୍ୱାଲକର, ଗାୟିକା, ଗୀତିକାର, ସଂଗୀତ ପ୍ରଯୋଜିକା ଅନୁଷ୍କା ମାନଚନ୍ଦା, ଗାୟିକା ତଥା ସଂଗୀତକାର ଏମ.ଏମ. ଶ୍ରୀଲେଖା, ଇଣ୍ଡି ପପ୍ ସଂଗୀତଜ୍ଞ ନାତାନିଆ ଲାଲୱାନି, ସାଉଣ୍ଡ ଇଞ୍ଜିନିୟର ହିରାଲ୍ ଭିରାଡିଆ, ଗାୟିକା ଓ ସଂଗୀତକାର ଅନ୍ୱେଷା ଦତ୍ତା ଗୁପ୍ତା, ହଙ୍ଗାମା ଆର୍ଟିଷ୍ଟ ଆଲାଉଡର ସିନିୟର ଭାଇସ ପ୍ରେସିଡେଣ୍ଟ ସୌମିନୀ ଶ୍ରୀଧର ପଲ୍, ଟାଲେଣ୍ଟ ମ୍ୟାନେଜର ସୋନାଲି ସିଂ ପ୍ରମୁଖ ଯୋଗଦେବେ ଏବଂ ରୋଲିଂ ଷ୍ଟୋନ୍ର ସମ୍ପାଦିକା ନିର୍ମିକା ସିଂ କାର୍ଯ୍ୟକ୍ରମ ସଂଚାଳନ କରିବେ। ଅଭିଯାନରର ଦ୍ୱିତୀୟ ପ୍ରୟାସ ହେଉଛି ୰ଏମ୍ପାୱାରହର୍ମ୍ୟୁଜିକ, ଯେଉଁଥିରେ ଡଲ୍ବି, ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ଏବଂ ଶିଳ୍ପ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହିତ ମିଳିତ ଭାବରେ ବ୍ୟାପକ ଭାବରେ ସଂଗୀତ କ୍ଷେତ୍ରରେ ଥିବା ମହିଳାଙ୍କ ନିକଟରେ ପହଞ୍ଚିବା, ପ୍ରତିଭା ଅନ୍ୱେଷଣ ଏବଂ ସ୍ୱୀକୃତି ପ୍ରଦାନ ଆଦି କାର୍ଯ୍ୟକ୍ରମ ରହିଛି ଏବଂ ସେଥିରେ ମହିଳା ସର୍ଜନାକାରୀମାନେ ସେମାନଙ୍କର କଳାକ୍ଷେତ୍ରକୁ ସୃଜନାତ୍ମକ ଏବଂ ପ୍ରଯୁକ୍ତିଗତ ଭାବରେ ଅଭିବୃଦ୍ଧି ଘଟାଇବା ସମ୍ପର୍କରେ ଶିକ୍ଷାଲାଭ କରିବେ ଏବଂ ଏହା କଳାକାର/ ସର୍ଜନାକାରୀଙ୍କୁ ସେମାନଙ୍କର ସୃଷ୍ଟିକୁ ଅଧିକ ରସସିକ୍ତ କରିବାରେ ଅଧିକ ସହାୟକ ହୋଇପାରିବ । ଅଭିଯାନର ତୃତୀୟ ଚରଣ ୰ସେଲିବ୍ରେଟହର୍ମ୍ୟୁଜିକ ଭାରତରେ ପ୍ରଥମ କରି ସମସ୍ତ ମହିଳାମାନଙ୍କୁ ନେଇ ଏକ ସଂଗୀତ କନସର୍ଟ ଆୟୋଜନ କରାଯିବ, ଯାହା ‘ହର୍ କ୍ରିଏସନ୍’କୁ ପାଳନ ତଥା ପ୍ରଶସ୍ତିଗାନ ନିମନ୍ତେ ଉଦ୍ଦିଷ୍ଟ ହେବ।
ଇଣ୍ଟରନ୍ୟାସନାଲ ଆର୍ଟସ, କଲେକ୍ସିଭ ଫେମ୍ୱାଭ ପକ୍ଷରୁ ୨୦୧୬ରୁ ୨୦୧୮ ମଧ୍ୟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ ବଲିଉଡରେ ମହିଳା ସଂଗୀତକାର ଏବଂ ପ୍ରଯୋଜିକା ଏବଂ ପୁରୁଷ ସଂଗୀତକାର ଓ ପ୍ରଯୋଜକଙ୍କ ଅନୁପାତ ୧:୮୦ ରହିଥିଲା । ୨୦୧୫ରୁ ୨୦୧୮ ମଧ୍ୟରେ ଭାରତୀୟ ସ୍ୱଦେଶୀ କ୍ଷେତ୍ରରେ ଏହି ଅନୁପାତ ୧:୭୧ ରହିଥିଲା । ପରିଚାଳନା କ୍ଷେତ୍ରରେ ମଧ୍ୟ ମହିଳାଙ୍କ ସଂଖ୍ୟା ନଗଣ୍ୟ ରହିଛି ଏବଂ ଶିଳ୍ପରେ ଆର୍ଟିଷ୍ଟ ମ୍ୟାନେଜରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମାତ୍ର ୧୦%। କେବଳ ପ୍ରଯୋଜନା ଏବଂ ସଂଗୀତ ସୃଷ୍ଟି ଏହିଭଳି କିଛି କ୍ଷେତ୍ର ନୁହେଁ, ଯେଉଁଠାରେ ନିଶ୍ଚିତ ଭାବରେ ମହିଳା ମାନଙ୍କର ଅଭାବ ରହିଛି । ନିଷ୍ପତ୍ତିଗ୍ରହଣକାରୀ, ପ୍ରକାଶକ, ଟାଲେଣ୍ଟ ମ୍ୟାନେଜର, ଇନଷ୍ଟ୍ରୁମେଣ୍ଟାଲିଷ୍ଟ, ଏ ଆଣ୍ଡ ଆର, ସାଉଣ୍ଡ ଇଞ୍ଜିନିୟର, ଡିଜେ ଏବଂ ସଂଗୀତ ଶିଳ୍ପ ସହିତ ସଂପୃକ୍ତ ଅନ୍ୟ ବହୁ କ୍ଷେତ୍ରରେ ସେମାନଙ୍କର ପ୍ରତିନିଧିତ୍ୱ କମ୍ ରହିଥିବା ସଷ୍ଟ ଭାବେ ଜଣାଯାଉଛି । ସେଥିପାଇଁ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ଭାରତର ସଂଗୀତ ଶିଳ୍ପରେ ମହିଳାବର୍ଗରୁ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବାକୁ ଆଇପିଆରଏସ୍, ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ଏବଂ ଡଲ୍ବି ଲାବୋରେଟୋରିଜ ଏକତ୍ର ଆଗେଇ ଆସିଛନ୍ତି।
ଆଇପିଆରଏସ୍ର ସିଇଓ ରାକେଶ ନିଗମ ଏହି ପ୍ରୟାସ ସମ୍ପର୍କରେ ମତଦେଇ କହିଲେ ଆଇପିଆରଏସ୍, ଡଲ୍ବି ଲାବୋରେଟୋରିଜ ଏବଂ ହଙ୍ଗାମା ଆର୍ଟିଷ୍ଟ ଆଲାଉଡ ମଧ୍ୟରେ ସହଯୋଗିତାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ। ମନୋରଂଜନ ଶିଳ୍ପରେ ବିବିଧ କ୍ଷେତ୍ରରେ ମହିଳାମାନଙ୍କ ସ୍ୱର ଶୁଭିବାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲେ ମଧ୍ୟ ଭାରତରେ ସଂଗୀତ ଶିଳ୍ପରେ ମହିଳା ଲେଖିକା ଏବଂ ସଂଗୀତକାରମାନଙ୍କ ଠାରୁ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଅବଦାନ ପାଇବାଠାରୁ ଆମେ ଏବେ ବି ଦୂରରେ ରହିଛୁ । ସଂଗୀତ ସୃଷ୍ଟି ଏବଂ ପ୍ରଯୋଜନା ଭଳି କ୍ଷେତ୍ରରେ ମହିଳାମାନେ ଦୀର୍ଘକାଳ ଧରି ଉପଯୁକ୍ତ ପ୍ରତିନିଧିତ୍ୱ କରିପାରିନାହାନ୍ତି । ଏହି ପ୍ରୟାସ ଦ୍ୱାରା ଆମେ ଏକ ଆଲୋଚନା ଗତିଶୀଳ କରାଇବାକୁ ଲକ୍ଷ୍ୟ ରଖିଛୁ ଯାହା ଏହି ଶିଳ୍ପରେ ବହୁ ଆକାଂକ୍ଷିତ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପରେ ମହିଳାମାନଙ୍କ ପାଇଁ ସୁଯୋଗ ଉନ୍ମୁକ୍ତ କରିବ, ଯାହା ପୂର୍ବରୁ ସେମାନଙ୍କ ପାଇଁ ମିଳିପାରିନଥିଲା । ଏହା ଜରିଆରେ ଆମେ ସମ୍ମିଳିତ ଭାବେ କାର୍ଯ୍ୟକରି ରହିଥିବା ପ୍ରସଙ୍ଗଗୁଡିକ ସମ୍ମୁଖକୁ ଆଣି ସେଗୁଡିକର ସମାଧାନ କରିବା ଏବଂ ସୃଜନଶୀଳ ଏବଂ ପ୍ରତିଭାଦୀପ୍ତ ମସ୍ତିଷ୍କଗୁଡିକୁ ଉତ୍ସାହିତ କରିବାକୁ ଆଶା ରଖିଛୁ, ଯାହା ପ୍ରକାରାନ୍ତରେ ଆମ ଦେଶର ସାଂସ୍କୃତିକ ବୈଭବକୁ ଅଧିକ ପରିପୁଷ୍ଟ କରିପାରିବ।
ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ର ସିନିୟର ଭାଇସ ପ୍ରେସିଡେଣ୍ଟ ସୁଶ୍ରୀ ସୌମିନୀ ଶ୍ରୀଧରା ପଲ୍ କହିଲେ ଆଧୁନିକ ସଂଗୀତ ଶିଳ୍ପରେ ମହିଳାମାନେ ସ୍ଥାନପାଇବା ଦିଗରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଏକ ମୁକ୍ତ ମଞ୍ଚ ଯୋଗାଇଦେବାକୁ ଏହି ପ୍ରୟାସ ଲକ୍ଷ୍ୟ ରଖିଛି । ଆମେ ଅତ୍ୟନ୍ତ ଖୁସି ଯେ, ଏହି ସମ୍ମିଳିତ ପ୍ରୟାସ ଏକ ରୂପରେଖ ନେଉଛି; ଆମେ ଆଶା କରୁଛୁ ଯେ ଏହି ଆବଶ୍ୟକ ପରିବର୍ତ୍ତନର ସୁଫଳ ସଂଗୀତ ଶିଳ୍ପ ଉପରେ ପଡିବ ଏବଂ ଆମର ପରମ୍ପରାକୁ ଆଗେଇନେବା ସକାଶେ ଏକ ଲିଙ୍ଗ ନିର୍ବିଶେଷ କାର୍ଯ୍ୟସ୍ଥଳ ଆମେ ନିର୍ମାଣ କରିପାରିବୁ । ବହୁ ବିଳମ୍ବିତ ଆଲୋଚନା ପ୍ରକ୍ରିୟା କ୍ଷେତ୍ରରେ ଏହି ପ୍ରୟାସ ଏକ ଶୁଭାରମ୍ଭ ହେବାକୁ ଆଗ୍ରହ ରଖୁଛି। ମହିଳା ଗୀତିକାର ଏବଂ ପ୍ରଯୋଜିକାଙ୍କର ଅଭାବ ଏହି ଶିଳ୍ପରେ ଏକ ମହାମାରୀଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହି ବ୍ୟବସାୟ କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ କରିବାକୁ ହେବ ଏବଂ ମହିଳା ସର୍ଜନକାରୀଙ୍କୁ ଉତ୍ସାହଜନକ ସଂଖ୍ୟାରେ ଅଂଶଗ୍ରହଣ କରିବାର ପଥ ସୁଦୃଢ କରିବାକୁ ପଡିବ। ମହିଳାମାନଙ୍କୁ ସେମାନଙ୍କ ପ୍ରତିଭା ବଜାୟ ରଖିବା ଏବଂ ସେମାନଙ୍କ ଅନୁଭୂତି ବିନିମୟ କରିବା, ସେମାନଙ୍କୁ ପ୍ରେରଣା ଦେବାର ଏକ ସହଯୋଗମୂଳକ ପରିବେଶ ସୃଷ୍ଟିକରିବା, ସଶକ୍ତ କରିବା ଏବଂ ସଂଗୀତ କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ମନାଇବାକୁ ଉପଯୁକ୍ତ ବାତାବରଣ ସୃଷ୍ଟି ପାଇଁ ଏହି ଅଭିଯାନ ପ୍ରସ୍ତାବ ରଖିଛି।