ଦମ୍ପତ୍ତିଙ୍କୁ ଆକ୍ରମଣ କରି ଗହଣା ଓ ଟଙ୍କା ଲୁଟି ନେଲେ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ହୋଇଛି ଡକାୟତି। ଡକାୟତମାନେ ଏକ ଦମ୍ପତ୍ତିଙ୍କୁ ଆକ୍ରମଣ କରି ସୁନାଗହଣା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଗୁରୁତର ଆହତ ଦମ୍ପତିଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଡକାୟତ ଦଳ କୁସୁନପୁର ଗାଁରେ କାହ୍ନୁ ଚରଣ ନାୟକ ଓ ତାଙ୍କ ପଡ଼ୋଶୀଙ୍କ ଘରେ ପଶିଥିଲେ। ଗହଣା ଲୁଟିବାକୁ ବିରୋଧ କରିବାରୁ ଡକାୟତମାନେ କାହ୍ନୁ ଓ ତାଙ୍କ ପତ୍ନୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଆଉ ଗହଣା ଓ ଲକ୍ଷାଧିକ ଟଙ୍କା ନେଇ ଫେରାର୍ ହୋଇଥିଲେ। ପଡ଼ୋଶୀମାନେ କାହ୍ନୁ ଓ ପତ୍ନୀଙ୍କୁ ଉଦ୍ଧାର କରି ପ୍ରଥମେ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି। ଖବର ପାଇ ମାର୍ଶାଘାଇ ପୋଲିସ୍ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।