‘ଡଙ୍ଗରାନ କୁଆଁ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର : ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ପ୍ରକାଶିତ ଗବେଷଣାତ୍ମକ ପୁସ୍ତକ “ଡଙ୍ଗରାନ କୁଆଁ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଲୋକାର୍ପିତ କରିଛନ୍ତି। ବିଶିଷ୍ଟ ଗବେଷକ ତଥା ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ ଏହାର ଲେଖକ।

ରାଜ୍ୟପାଳ ପ୍ରଫେସର ଲାଲ ଆଦିମ ଡଙ୍ଗରିଆ ଜନଜାତିଙ୍କ ଉପରେ ଏହା ଏକ ଉପାଦେୟ ଓ ବିରଳ ପୁସ୍ତକ ବୋଲି କହିଥିବା ବେଳେ ଜିତେନ୍ଦ୍ର ବାବୁ ନିୟମଗିରିର ଦୁର୍ଗମ ଅଞ୍ଚଳ ଯାଇ ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ତାହା ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବ। ତାଙ୍କୁ ମୋର ଆଶୀର୍ବାଦ। ବିଭିନ୍ନ ଜନଜାତିଙ୍କ ଉପରେ ସେ ଏଭଳି ଗବେଷଣା ଜାରି ରଖନ୍ତୁ ବୋଲି ରାଜ୍ୟପାଳ କହିଥିଲେ।

“ଡଙ୍ଗରାନ କୁଆଁ’ର ଅର୍ଥ ହେଉଛି ‘ବଣର ମଣିଷ’ ବା ଜଙ୍ଗଲୀ ମଣିଷ। ୧୨୪୨ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ମୋଟ ୬ଟି ମୁଖ୍ୟ ବିଭାଗ ଥିଲାବେଳେ ୧୬ଟି ଉପବିଭାଗ ରହିଛି। ଏଥିରେ ମୁଖ୍ୟତଃ ଡଙ୍ଗରିଆଙ୍କ ମିଥ, ଜୀବନ ଓ ସଂସ୍କୃତି, ଜୀବନ ଓ ଜୀବିକା, ଡଙ୍ଗରିଆଙ୍କ ଲୁହ, କାଠ ଗଡାରେ ନିୟମଗିରି ସମସ୍ୟା ଓ ସମାଧାନ ଉପରେ ଫୋକସ କରାଯାଇଛି। ପୁସ୍ତକରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ‘ପ୍ରଥମ ଅର୍ଘ୍ୟ’ ଅର୍ପଣ କରିଥିଲାବେଳେ ବିଶିଷ୍ଟ ଲେଖକ, ଗବେଷକ, ଅନୁବାଦକ ଅସିତ କୁମାର ମହାନ୍ତି ମୁଖବନ୍ଧ ଲେଖିଛନ୍ତି। ଏହି ପୁସ୍ତକଟି ପାଠକ ଓ ଗବେଷକଙ୍କ ମହଲରେ ଖୁବ ଆଦୃତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button