ଦାନ୍ତ ସଫା ପୂର୍ବରୁ ଟୁଥ୍ ବ୍ରଶକୁ ଓଦା କରନ୍ତୁ ନାହିଁ

ଦାନ୍ତ ସଫା ପୂର୍ବରୁ ଟୁଥ୍ ବ୍ରଶକୁ ଓଦା କରିବା ଉଚିତ ନୁହେଁ। ଡାକ୍ତରଙ୍କ ମତରେ ଏପରି କରିବା ଦ୍ୱାରା ବ୍ରଶର ଦାନ୍ତ ସଫା କରିବା କ୍ଷମତା କମିଯାଏ। ଦାନ୍ତ ଠିକ୍ ଭାବେ ସଫା ହୁଏନି, ବ୍ରଶ ମଧ୍ୟ ଖରାପ ହୋଇଯାଏ।

ଗବେଷକଙ୍କ କହିବା ଅନୁଯାୟୀ ଟୁଥ୍ ବ୍ରଶରୁ ଡାଇରିଆ ତଥା ସ୍କିନ୍ ଇନଫେକ୍ସନ ହୋଇପାରେ। ତେଣୁ ଦାନ୍ତକୁ ସୁସ୍ଥ ତଥା ସୁନ୍ଦର ରଖିବା ପାଇଁ ଟୁଥବ୍ରଶକୁ ସଫା ରଖିବା ଜରୁରୀ। ସେହିପରି ଅଧିକାଂଶ ଲୋକେ ଦାନ୍ତ ସଫା କରିବା ପୂର୍ବରୁ ଟୁଥବ୍ରଶକୁ ପାଣିରେ ଓଦା କରିଦିଅନ୍ତି। ଏମିତି କରିବା ଅନୁଚିତ। ଓଦା ଟୁଥବ୍ରଶରେ ଟୁଥପେଷ୍ଟ ଲଗାଇଲେ ପେଷ୍ଟର କ୍ଷମତା କମିଯାଏ। ଏହା ଯଥେଷ୍ଟ ପ୍ରଭାବ ପକାଇପାରେନି। ତେଣୁ ଦାନ୍ତ ସଫା କରିବା ପୂର୍ବରୁ ଟୁଥବ୍ରଶକୁ ଓଦା କରନ୍ତୁ ନାହିଁ। ଜରୁରୀ ନଥିଲେ ବ୍ରଶକୁ ଏକ ସେକେଣ୍ଡରୁ ଅଧିକ ସମୟ ପାଇଁ ପାଣି ତଳେ ରଖନ୍ତୁ ନାହିଁ।

ମତାମତ ଦିଅନ୍ତୁ ।