ଦାରିଙ୍ଗବାଡି ନୂତନ ତହସିଲ୍‍ଦାରଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକରେ ନୂତନ ତହସିଲ୍‍ଦାର ଭାବେ କଳାକୃଷ୍ଣ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗଂଜାମ ଜିଲା କୁକୁଡ଼ାଖଣ୍ଡି ତହସିଲର ଅତିରିକ୍ତ ତହସିଲ୍‍ଦାର ଭାବେ କାର୍ଯ୍ୟକରୁଥିଲେ। ପଦୋନ୍ନତି ପାଇ ସେ ଗୁରୁବାର ତହସିଲ୍‍ଦାର ଭାବେ ଯୋଗଦେଇଛନ୍ତି। ଦାରିଙ୍ଗବାଡି ତହସିଲ୍‍ଦାର ନିତିଶ୍‍ କୁମାର ତ୍ରିପାଠୀଙ୍କର ଗଂଜାମ ପୁରୁଷୋତ୍ତମପୁର ତହସିଲ୍‍କୁ ବଦଳି ହୋଇଛି।

ନୂତନ ତହସିଲଦାର ଶ୍ରୀ ପ୍ରଧାନ ଯୋଗଦେବା ପରେ କାର୍ଯ୍ୟାଳୟର କର୍ମଚାରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ଅଞ୍ଚଳରେ ବାଲି ଓ ଚୋରା ପଥର କାରବାର ରୋକିବା ସହିତ ଛାତ୍ରଛାତ୍ରୀମାନଙ୍କର ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ଓ ଆୟ ପ୍ରମାଣପତ୍ର ଆଦି ସାଧାରଣ ଜନତା କିପରି ତୁରନ୍ତ ପାଇପାରିବେ ସେ ଦିଗରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।