ଦଶମ ବୋର୍ଡ ପରୀକ୍ଷା ବାତିଲ

ଭୁବନେଶ୍ୱର : ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ବୁଧବାର ମନ୍ତ୍ରୀ ସମୀର ଦାଶ କହିଛନ୍ତି କରୋନା ପ୍ରକୋପ ଯୋଗୁ ରାଜ୍ୟ ସରକାର ଦଶମ ଓ ମଦ୍ରାସା ପରୀକ୍ଷାକୁ ବାତିଲ କରିଛନ୍ତି। ବୋର୍ଡ ଦ୍ୱାରା ନିର୍ଦ୍ଦାରିତ ପଦ୍ଧତିରେ ଛାତ୍ରଛାତ୍ରୀମାନଙ୍କୁ ମାର୍କ ଦିଆଯିବ। ଏହି ପରୀକ୍ଷା ଫଳରେ ଯେଉଁମାନେ ଅସହମତି ପ୍ରକାଶ କରିବେ ସେମାନେ କରୋନା ସଂକ୍ରମଣ କମିବା ପରେ ବୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଦେଇପାରିବେ।

Leave a Reply

Your email address will not be published. Required fields are marked *

Back to top button