Breaking Newsରାଜ୍ୟ

ଦଶମ ବୋର୍ଡ ପରୀକ୍ଷା ଫି ଛାଡ ପାଇଁ ଛାତ୍ର ବିଜେଡିର ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ଵର : ଦଶମ ବୋର୍ଡ ପରୀକ୍ଷା ଫି ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଛାତ୍ର ଜନତା ଦଳ ଚିଠି ଲେଖିଛି। ଏଥିରେ ଦର୍ଶାଯାଇଛି କୋଭିଡ ମହାମାରୀ ଯୋଗୁଁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକ ପିଲାଙ୍କ ପରୀକ୍ଷା ଫି ଦାଖଲ କରିବା ଅବସ୍ଥାରେ ନାହାନ୍ତି। ସେଥିପାଇଁ ସଂଖ୍ୟାଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବାକୁ ବଂଚିତ ହେବାର ଆଶଙ୍କା ରହିଛି।

ବିଜୁ ଛାତ୍ର ଜନତା ଦଳ ଅନୁରୋଧ କରୁଛି ଆପଣଙ୍କ ସଦୟ ହୋଇ ଦଶମ ବୋର୍ଡ ପରୀକ୍ଷାର୍ଥୀ ମାନଙ୍କୁ ଏ ଦୟନୀୟ ସ୍ଥିତିରୁ ଉଦ୍ଧାର କରନ୍ତୁ। ଛାତ୍ରଛାତ୍ରୀଙ୍କ ଉପରେ ଧାର୍ଯ୍ୟ କରାଯାଉଥିବା ପରୀକ୍ଷା ଫି ୪୨୦ ଟଙ୍କା ଛାଡ଼ କରାଗଲେ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ତଥା ଅଭାବୀ ଜନସାଧାରଣ ଉପକୃତ ହେବେ ବୋଲି ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ‌ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button