ଦଶପଲ୍ଲା : ମାକ୍ସ ପାଇଁ ଫାଇନ ଗଣିଲେ ଅମାନିଆ

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ସହର ସମେତ ଦଶପଲ୍ଲା-ଭଞନଗର ସୀମାନ୍ତ ସାକେଣୀ ଅଚଂଳରେ ପୋଲିସ ପକ୍ଷରୁ ରଵିଵାର କରୋନା କଟକଣାର କଡାକଡି ଯାଞ୍ଚ କରାଯାଇଛି। ମାକ୍ସ ବ୍ୟବହାର କରୁନଥିବା ଅମାନିଆମାନଙ୍କୁ ଠାରୁ ଆଦାୟ କରାଯାଇଛି ୧୦ ହଜାର ୫ ଶହ ଟଙ୍କା ଜରିମାନା। ଦଶପଲା ଥାନାର ଆଇଆଇସି ବିଶ୍ଵଜିତ ରାଉତରାୟ ଓ ଥାନାର ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଚକ୍ରଧର ସିଂ,
ସୁବାସ ଚନ୍ଦ୍ର ଚଂପତ୍ତି ପ୍ରମୁଖ ଏହି ଚଢାଉର ନେତୃତ୍ୱ ନେଇଥିଲେ।

ମତାମତ ଦିଅନ୍ତୁ ।