Breaking News ବାଣିଜ୍ୟ

ସୁନା ୧୦ ଗ୍ରାମକୁ ୩୮,୯୯୫

ନୂଆଦିଲ୍ଲୀ : ଭାରତରେ ଆଜି ସୁନାଦର ଆକାଶଛୁଆଁ ହୋଇଛି। ୧୦ ଗ୍ରାମରେ ୨୫ ଟଙ୍କା ବଢି ଏହାର ମୂଲ୍ୟ ୩୮,୯୯୫ ଟଙ୍କାରେ ପହଞ୍ଚିଛି। ସେହିପରି ରୁପାର କିଲୋଗ୍ରାମ ପିଛା ଦର ରହିଛି ୪୫,୧୦୦ ଟଙ୍କା। ଆଗକୁ ଦିପାବଳୀ। ସୁନା ୧୦ ଗ୍ରାମ ଦର ୪୦ ହଜାର ଛୁଇଁବ ବୋଲି ଆଶା କରାଯାଉଛି। ଭାରତୀୟ ବଜାରରେ ୯୯.୯ ପ୍ରତିଶତ ଓ ୯୯.୫ ପ୍ରତିଶତ ଶୁଦ୍ଧତାର ସୁନା ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇ ଯଥାକ୍ରମେ ୩୮,୯୯୫ ଓ ୩୮,୮୨୫ […]

Breaking News ଦେଶ-ବିଦେଶ

ଆତଙ୍କବାଦୀଙ୍କ ପ୍ରବେଶ ସୂଚନା ପରେ ତାମିଲନାଡ଼ୁରେ ହାଇଆଲର୍ଟ

ନୂଆଦିଲ୍ଲୀ : ତାମିଲନାଡ଼ୁକୁ ପ୍ରବେଶ କରିଛନ୍ତି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତଏବାର ୬ଜଣ ଆତଙ୍କବାଦୀ। ଗୁଇନ୍ଦା ବିଭାଗ ଏହି ସୂଚନା ଦେବାପରେ ସମଗ୍ର ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି। ତାମିଲନାଡ଼ୁର ପ୍ରତ୍ୟେକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଏ ସଂପର୍କରେ ସୂଚନା ଦିଆଯାଇଥିବା ବେଳେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଆତଙ୍କବାଦୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରା ଯାଉଛି। ଏହାଛଡା ଚେନ୍ନାଇ ଓ କୋଏମ୍ବାଟୁରରେ […]

Breaking News ଅପରାଧ

କେନ୍ଦୁଝର: ଗାଡି ଦୁର୍ଘଟଣାରେ ୨ ମୃତ, ୧୫ ଆହତ

ଭୁବନେଶ୍ଵର : କେନ୍ଦୁଝର ଜିଲ୍ଲାର ବଲାଣି ବେସ କ୍ୟାମ୍ପ ନିକଟରେ ଶବ ସଂସ୍କାର କରି ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ୧୫ ଜଣ ଆହତ ହୋଇଥିବା ମିଳିଛି ସୂଚନା। ଖବର ଅନୁଯାୟୀ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ କିରିବୁରୁ ମୁର୍ଗାପଡା ଅଞ୍ଚଳର କ୍ରାନ୍ତି କାରୁଆଙ୍କ ଶବ ସଂସ୍କାର କରି କିଛି ଲୋକ ଘରକୁ ଫେରୁଥିଲେ। ଏହି ଗାଡ଼ିଟି ଓଲଟି ପଡ଼ିବାରୁ ଅର୍ଜୁନ […]

Breaking News ଦେଶ-ବିଦେଶ

ମୋଦୀଙ୍କ ସପକ୍ଷରେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ : ଜାତୀୟ ସ୍ତରର କଂଗ୍ରେସମାନେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡକୁ ଢଳୁଛନ୍ତି। ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଘଭିଙ୍କ ପରେ ମୋଦୀଙ୍କ ସପକ୍ଷରେ ମତ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଯଦି ଭଲ କାମ କରନ୍ତି ତେବେ ଏହାର ପ୍ରଶଂସା କରାଯିବା ଉଚିତ୍। ଥରୁରଙ୍କ ଏହି କଥା ତାଙ୍କ ଦଳର ମୋଦୀ ବିରୋଧୀଙ୍କୁ ଅଡୁଆରେ ପକାଇଛି। ଥରୁରୁ ଏକ ଟ୍ଵିଟ୍ କରି କହିଛନ୍ତି ଯେ, […]

Breaking News ବାଣିଜ୍ୟ

ଋଣ ପରିଶୋଧର ୧୫ ଦିନ ମଧ୍ୟରେ କାଗଜପତ୍ର ଫେରାଇବ ବ୍ୟାଙ୍କ

ନୂଆଦିଲ୍ଲୀ : ଏଣିକି ସଂପୂର୍ଣ୍ଣ ଋଣ ପରିଶୋଧର ୧୫ ଦିନ ମଧ୍ୟରେ ବ୍ୟାଙ୍କ ଋଣ ନେଇଥିବା ବ୍ୟକ୍ତିଙ୍କ କାଗଜପତ୍ର (ଏନଓସି ଇତ୍ୟାଦି) ଫେରାଇବ। ସେଗୁଡ଼ିକୁ ଅକାରଣରେ ଅଟକାଇ ପାରିବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ, ଋଣଗ୍ରହୀତା ନିଜ ଋଣ ପରିଶୋଧ କରିବା ପରେ ମଧ୍ୟ ସଠିକ ସମୟରେ ଏନଓସି, ବନ୍ଧକ କାଗଜପତ୍ର କିମ୍ବା ଅନ୍ୟ ଋଣ ସଂପର୍କିତ କାଗଜପତ୍ର ପାଇପାରୁନାହାନ୍ତି। ଏହି କାରଣରୁ ନୂଆ ଋଣ କିମ୍ବା […]

Breaking News ବାଣିଜ୍ୟ

ପଞ୍ଜିକରଣ ବୈଧତା ଯାଏ ବିଏସ-୪ ଗାଡ଼ି ଚାଲିବ-ନିର୍ମଳା

ନୂଆଦିଲ୍ଲୀ : ୨୦୨୦ ମାର୍ଚ୍ଚ ମଧ୍ୟରେ କିଣାଯାଇଥିବା ବିଏସ-୪ ପ୍ରଦୂଷଣ ମାନକ ବିଶିଷ୍ଟ ଗାଡ଼ିଗୁଡ଼ିକ ନିଜର ସମୁଦାୟ ରେଜିଷ୍ଟ୍ରେସନ ବୈଧତା ସମୟ ପର୍ଯ୍ୟନ୍ତ ଚାଲିପାରିବ। ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ। ଶୁକ୍ରବାର ସେ କହିଛନ୍ତି ଯେ ଦେଶରେ ଅଟୋମୋବାଇଲ ଉଦ୍ୟୋଗ ଏବେ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି। ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇସାରିଲେଣି। ଆଗକୁ ମଧ୍ୟ ଆହୁରି ଛଟେଇ ହେବାର ସମ୍ଭାବନା ଦେଖାଦେଇଛି। ଅଟୋମୋବାଇଲ ଉଦ୍ୟୋଗ […]

Breaking News ଦେଶ-ବିଦେଶ

ବିଜୟା ଦଶମୀରୁ ଟିକସ ବିବାଦ ଦୂରହେବ-କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ଜିଏସଟିକୁ ସରଳ କରିବାକୁ ଚେଷ୍ଟା କରାଯାଉଛି। ବିଜୟାଦଶମୀରୁ ଟିକସ ବିବାଦ ଦୂର ହେବ। ସେହିଦିନ ଠାରୁ ଲୋକଙ୍କୁ କୌଣସି ଅଧିକାରୀ ପଚରା ଉଚୁରା କରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲା ଯେ, କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଘରୋଇ ଓ ବିଦେଶୀ ନିବେଶକଙ୍କ ପାଇଁ ବହୁତ ବଡ଼ ଆଶ୍ଵସ୍ତି ଦେଇଛନ୍ତି। ଅର୍ଥ ବ୍ୟବସ୍ଥାରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାକୁ […]

Breaking News ରାଜ୍ୟ

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ସେପ୍ଟେମ୍ବର ୨ରୁ

ଭୁବନେଶ୍ୱର: ଆଗାମୀ ସେପ୍ଟେଟର ୨ ତାରିଖରୁ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ପାଇଁ ବିଜେଡି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ୭ ଜଣଙ୍କୁ ଦିଆଯାଇଛି ଦାୟିତ୍ୱ। କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନଜର ରଖିବ। ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ଦଳର ଉପସଭାପତି ତଥା […]

Breaking News ଅପରାଧ

ପରକୀୟା ପ୍ରୀତି ସନ୍ଦେହ: ମହିଳାଙ୍କୁ ଅଧାଲଣ୍ଡା କଲେ ଗ୍ରାମବାସୀ

ଭୁବନେଶ୍ଵର : ପରକୀୟା ପ୍ରୀତି ସନ୍ଦେହରେ ଗ୍ରାମବାସୀ ଜଣେ ମହିଳାଙ୍କୁ ଅଧା ଲଣ୍ଡାକରି ଗାଁ ଦାଣ୍ଡରେ ବୁଲାଇଛନ୍ତି। ଏଭଳି ଅମାନୁଷିକ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମଛୁଆ ପଞ୍ଚାୟତ ସାନ କାଳିଆପଦା ଗ୍ରାମରେ ଘଟିଛି। ସୂଚନା ଅନୁଯାୟୀ କାଳିଆପଦା ଗ୍ରାମର ସୁରେଶ ସିଂହଙ୍କ ସହିତ କୁଆଡେ ସେହି ଗ୍ରାମର ଜଣେ ମହିଳାଙ୍କ ଅବୈଧ ସମ୍ପର୍କ ଥିଲା। ଏହାକୁ ସୁରେଶଙ୍କ ପତ୍ନୀ ବିରୋଧ କରୁଥିଲେ। ହେଲେ ଗତ ବୁଧବାର ଆଖିରେ ଦେଖିବା ପରେ ତାଙ୍କ ସ୍ତ୍ରୀ ଉତକ୍ଷିପ୍ତ […]

Breaking News ଅପରାଧ

ମହିଳାଙ୍କୁ ରେଲଷ୍ଟେସନରୁ ଟେକିନେଇ ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ହରିୟାଣାର କରନାଲ ରେଲ ଷ୍ଟେସନରୁ ଜଣେ ମହିଳାଙ୍କୁ ଟେକିନେଇ ୮ଜଣ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଫେରାର ଥିବାରୁ ପୋଲିସ କାହାରିକୁ ଧରିବାରେ ସକ୍ଷମ ହୋଇନାହିଁ। ଖବର ଅନୁଯାୟୀ କରନାଲ ରେଲଓ ଷ୍ଟେସନ ପ୍ଲାଟଫର୍ମରେ ବସିଥିବା ଜଣେ ମହିଳା ହୋଟେଲ କେଉଁଠି ଅଛି ଜଣଙ୍କୁ ପଚାରିଥିଲେ। ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ହୋଟେଲ ଦେଖାଇ ଦେବାକୁ କହି ଶୂନଶାନ ଶିଳ୍ପାଞ୍ଚଳ ରାସ୍ତାକୁ ଡାକି ନେଇଥିଲେ। ଏହି ସମୟରେ ସେଠାରେ ପହଞ୍ଚିଥିଲେ ଆହୁରି ୬ଜଣ ଯୁବକ। ସମସ୍ତେ ମିଶି […]