Breaking News ରାଜ୍ୟ

ପୌରସଂସ୍ଥାରେ ଲୋକଙ୍କ ଅଭିଯୋଗ ଶୁଣିବେ ଓ୍ୱାର୍ଡ ଅଫିସର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ 5-T କାର୍ଯ୍ୟକାରୀ କରିବାକୁ ଏଣିକି ପୌରସଂସ୍ଥାର ଓ୍ୱାର୍ଡଗୁଡ଼ିକରେ ଓ୍ୱାର୍ଡ ଅଫିସର ରହିବେ। ସହରୀ ଲୋକଙ୍କ ଅଭିଯୋଗ ଶୁଣିବାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସେବା ହାତ ପାଆନ୍ତାରେ ପହଞ୍ଚାଇବା ପାଇଁ ଏମାନେ ତୁଲାଇବେ ଦାୟିତ୍ୱ। ସେପ୍ଟେମ୍ବର ପହିଲାରୁ ଏହି ଓ୍ୱାର୍ଡ ଅଫିସର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ନଗର ଉନ୍ନୟନ ବିଭାଗ ସବୁ ମହାନଗର ନିଗମର କମିଶନର ଓ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛି। ଓ୍ୱାର୍ଡ ଅଫିସର ଲୋକଙ୍କ ହାତ […]

ଦେଶ-ବିଦେଶ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ-ବାମଦଳ ମେଣ୍ଟ ହେବ

ନୂଆଦିଲ୍ଲୀ : ଆସନ୍ତା ୨୦୨୧ରେ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ଓ ବାମଦଳ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଆଜି କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ଓ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୌମେନ ମିତ୍ରଙ୍କ ନିର୍ବାଚନ ସଂପର୍କିତ ଆଲୋଚନା ଏହାହିଁ ସୂଚିତ କରିଛି। ଶନିବାର ସୌମେନ ମିତ୍ର କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ଏହି ଅବସରରେ ପଶ୍ଚିମବଙ୍ଗରେ ନିକଟ ଭବିଷ୍ୟତରେ ହେବାକୁ ଥିବା ଉପ-ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। […]

Breaking News ଅପରାଧ

ସୋଶାଲ୍‌ ମିଡ଼ିଆରେ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଛାଡ଼ି ଶିକ୍ଷକ ଗିରଫ

ଭୁବନେଶ୍ଵର : ପାରଳାଖେମୁଣ୍ଡିରେ ଜଣେ ଶିକ୍ଷକ ଛାଡ଼ପତ୍ର ଦେଇଥିବା ପତ୍ନୀଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହ ମୋବାଇଲ୍‌ ଜବତ କରିଥିବା ଜଣାପଡିଛି। ଖବର ଅନୁଯାୟୀ ପୋଲୁରୁ ଗାଁର ଗାଟେଡା ସତୀଶ କାଶିନଗର ଅଞ୍ଚଳରେ ଏକ ସ୍କୁଲରେ ଶିକ୍ଷକ ଅଛନ୍ତି। ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ନରହିବାରୁ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଥିଲା। […]

Breaking News ରାଜ୍ୟ

ସେପ୍ଟେମ୍ବର ୩ରେ ନୂଆଖାଇ

ଭୁବନେଶ୍ଵର : ପଶ୍ଚିମ ଓଡିଶାର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି। ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ପଣ୍ଡିତ ମହାସଭାରେ ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୩ ତାରିଖ ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ। ସମୟ ନିର୍ଘଣ୍ଟ ପରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡକୁ ଏ ନେଇ ଲିଖିତ ଭାବେ ସୂଚନା ଦିଆଯାଇଛି ।

Breaking News ଦେଶ-ବିଦେଶ

ତାମିଲନାଡୁରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସମୁଦ୍ରରେ ନୌସେନା ବଢାଇଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ୬ଜଣ ଆତଙ୍କବାଦୀ ସମୁଦ୍ର ପଥ ଦେଇ ତାମିଲନାଡୁରେ ପ୍ରବେଶ କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ନୌସେନା ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି। ନୌସେନା ପକ୍ଷରୁ ତାମିଲନାଡୁ ଓ କେରଳ ଉପକୂଳରେ ପାଟ୍ରୋଲିଂ ବଢାଇଦିଆଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ନୌସେନା ପ୍ରସ୍ତୁତ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ପାକିସ୍ତାନ ଏବେ ଆତଙ୍କବାଦର ଆଶ୍ରୟ ନେବାକୁ ଯାଉଛି। […]

Breaking News ଦେଶ-ବିଦେଶ

ଜେଟଲୀଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଶେଷ ଦର୍ଶନ କରିଛନ୍ତି। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସେ ଭେଟିବା ସହିତ ସମବେଦନା ଜ୍ଞାପନ କରିଛନ୍ତି। ନବୀନଙ୍କ ସହ ପୁରୀ ସାଂସଦ ପିନାକୀ ମିଶ୍ର ସେଠାରେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ନବୀନ ଟ୍ୱିଟ କରି ଲେଖିଥିଲେ ଯେ ସେ ଅରୁଣ ଜେଟଲୀଙ୍କ ପରଲୋକରେ ମର୍ମାହତ। ଅରୁଣ ଜଣେ ବିଚକ୍ଷଣ ଆଇନଜୀବୀ, ସାଂସଦ ଓ […]

Breaking News ବାଣିଜ୍ୟ

ଭାରତରେ ଲଞ୍ଚ୍‌ ହେଲା ମୋଟୋରୋଲାର ନୂଆ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ମୋଟୋରୋଲା ଭାରତରେ ଏକ ନୂଆ ସ୍ମାଟଫୋନ୍‌ ‘Motorola One Action’ ଲଞ୍ଚ୍‌ କରିଛି। ଅଗଷ୍ଟ ୩୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ। ବଜାରରେ ଉପଲବ୍ଧ ଅନ୍ୟ ସ୍ମାର୍ଟଫୋନ୍‌ ପରି ଏଥିରେ ମଧ୍ୟ ଅଲ୍ଟ୍ରା ୱାଇଡ୍ ଆଙ୍ଗେଲ୍‌ କ୍ୟାମେରା ଦିଆଯାଇଛି। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ଆପଣ ଭର୍ଟିକାଲି ଲ୍ୟାଣ୍ଡସ୍କେପ୍‌ ଭିଡିଓ ରେକର୍ଡ କରିପାରିବେ। Motorola One Action କେବଳ ଗୋଟିଏ ଭ୍ୟାରିଆଣ୍ଟ୍‌ ୪ଜିବି ମେମୋରି ଓ ୧୨୮ ଜିବି ଷ୍ଟୋରେଜ୍‌ ସହ ଲଞ୍ଚ୍‌ […]

Breaking News ଅପରାଧ

ବିଦେଶୀ ଯୁବତୀ ଭାରତରେ କରୁଛନ୍ତି ଦେହ ବେପାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ୩ ବିଦେଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ମଧ୍ୟରୁ ଜଣେ ନେପାଳର ଓ ଅନ୍ୟ ୨ଜଣ ଉଜବେକିସ୍ତାନର ବୋଲି ଜଣାପଡିଛି। ଟୁରିଷ୍ଟ ଭିସାରେ ଆସି ବିଦେଶୀ ଯୁବତୀଦ୍ଵୟ ଏଠାରେ ଦେହ ବ୍ୟବସାୟରେ ସାମିଲ ହୋଇଯାଇଥିଲେ। ଖବର ଅନୁଯାୟୀ ପୋଲିସ ଡିଡିଏ କଲୋନୀର କୋହେଫିଜା ବିଲ୍ଡିଂରେ ଦେହ ବ୍ୟବସାୟ ଚାଲୁଥିବା ସୂଚନା ପାଇ ଚଢଉ କରିଥିଲା। ଜନ […]

Breaking News ଦେଶ-ବିଦେଶ

ଶ୍ରୀନଗର ଏୟାରପୋର୍ଟରୁ ଫେରିଲେ କଶ୍ମୀର ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳୀ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କ ନେତୃତ୍ୱରେ ବିରୋଧୀଦଳର ଏକ ପ୍ରତିନିଧିମଣ୍ଡଳୀ ଯାଇଥିଲେ। ହେଲେ ସେମାନଙ୍କୁ ଶ୍ରୀନଗର ଏୟାରପୋର୍ଟରୁ ଫେରିବାକୁ ପଡିଛି। ସୁରକ୍ଷା କାରଣରୁ ଫେରାଇ ଦିଆଯାଇଥିବା ଜମ୍ମୁ ଓ କଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧିମଣ୍ଡଳୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା, ସିପିଏମର ସୀତାରାମ ୟେଚୁରୀ, ଏନସିପିର ମାଜିଦ ମେମନ ଓ […]

Breaking News ରାଜ୍ୟ

୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯୋଗୁଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବନୁମାନ କରିଛି। ଶନିବାର ପାଣିପାଗ ବିଭାଗର ସତର୍କ ସୂଚନାରେ କୁହାଯାଇଛି ଯେ ଏହି ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ। […]