Breaking News ମନୋରଞ୍ଜନ

ରାନୁଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ଅକ୍ଷୟ କୁମାର

ମୁମ୍ବାଇ: ସୋସିଆଲ୍‌ ମିଡିଆ ଜରିଆରେ ଜଣେ ସାଧାରଣ ଲୋକର ଭାଗ୍ୟ କିପରି ବଦଳି ଯାଏ ତାହାର ଜ୍ୱଳନ୍ତ ଉଦାହରଣ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ଜୀବିକା ନିର୍ବାହ କରୁଥିବା ରାନୁ ମଣ୍ଡଳ। ରାନୁ କେବଳ ସୋସିଆଲ୍‌ ମିଡିଆର ଷ୍ଟାର୍‌ ବନି ନାହାଁନ୍ତି। ଗୀତ ପାଇଁ ବଲିଉଡ୍‌ ତାରକାମାନଙ୍କ ପାଖରେ ସେ ପରିଚିତ ହୋଇସାରିଲେଣି। ତାଙ୍କୁ ମିଳୁଛି ଏବେ ଗୋଟିଏ ପରେ ଗୋଟିଏ ସୁଯୋଗ। ଅଭିନେତା ଅକ୍ଷୟ କୁମାର ରାନୁଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବାର […]

Breaking News ଦେଶ-ବିଦେଶ

ଆସନ୍ତା ମାସରେ ଭାରତୀୟ ବାୟୁ ସେନାରେ ସାମିଲ ହେବ ଇସ୍ରାଏଲର ଗାଇଡେଡ ବୋମା

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତୀୟ ବାୟୁସେନାରେ ସାମିଲ ହେବ ଇସ୍ରାଏଲ ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଗାଇଡେଡ ବୋମା ସ୍ପାଇସ-2000ର ଅପଗ୍ରେଡ ଭରସନ। ବାୟୁସେନାର ଉଚ୍ଚ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି। ଚଳିତ ବର୍ଷ ଜୁନ ମାସରେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏନେଇ 3000 କୋଟି ଟଙ୍କାର ଚୁକ୍ତି ହୋଇଥିଲା।

Breaking News ଅପରାଧ

ଫୁଲବାଣୀ: ପୁଲିସ-ମାଓବାଦୀ ଗୁଳିବିନିମୟ

ଭୁବନେଶ୍ଵର : ଫୁଲବାଣୀର ଗୋଚ୍ଛାପଡ଼ା ଥାନା ପାହିରାଜୁ ଜଙ୍ଗଲରେ ବୁଧବାର ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ନକ୍ସଲ କ୍ୟାମ୍ପ ଠାବ କରାଯାଇଥିବା ବେଳେ ଗୋଟିଏ ଦେଶୀ ବନ୍ଧୁକ ଓ ବିପୁଳ ନକ୍ସଲ ସାମଗ୍ରୀ ଜବତ ହୋଇଛି। ଏହି ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ।

Breaking News ରାଜ୍ୟ

ଜୁଆରରେ ଘର ଭାଙ୍ଗୁଛି, ଗାଁ ଲୋକେ ଆତଙ୍କିତ

ଭୁବନେଶ୍ଵର : ଗଂଜାମ ଜିଲ୍ଲା ଚିକିଟି ବ୍ଳକ୍‌ କୁତୁରୁ ପଂଚାୟତର ରାମୟାପାଟଣା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସମୁଦ୍ର ଜୁଆର କାନ୍ଥକୁ ଛୁଉଁଛି। ଜୁଆର ମାଡ଼ରେ ଏକାଧିକ ଘର ଲୀନ ହେବାରେ ଲାଗିଛି। ଖବର ଅନୁଯାୟୀ ଜୁଆର ମାଡ଼ରେ ଘର ଭାଙ୍ଗି ଯାଉଥିବା ବେଳେ ଅନେକ ବିପଦ ସଂକୁଳ ଅବସ୍ଥାରେ ରହିଛି। ଗାଁରେ ଖେଳିଯାଇଛି ଭୟର ବାତାବରଣ। ପୂର୍ବରୁ ଏହି ଅଂଚଳର ଏକାଧିକ ଗାଁରେ ସମୁଦ୍ର କୂଳ ଲଂଘୁଥିବା ନେଇ ହୋଇଛି ଅଭିଯୋଗ। କିନ୍ତୁ ଜିଲ୍ଲା […]

Breaking News ଦେଶ-ବିଦେଶ

୧୦ ପାକିସ୍ତାନୀ କମାଣ୍ଡୋଙ୍କୁ ମାରିଛି ଭାରତୀୟ ସେନା

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗିରହିଛି। ଉଭୟ ପଟୁ ଚାଲିଛି ଗୁଳିବିନିମୟ। ଭାରତୀୟ ସେନା ଗତ ତିନି ସପ୍ତାହ ଭିତରେ ପାକିସ୍ତାନର ୧୦ଜଣ ସେନା କମାଣ୍ଡୋଙ୍କୁ ନିପାତ କରିଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନା ଗତ ୧୫ଦିନରେ ନିୟନ୍ତ୍ରଣ ରେଖା ନିକଟରେ ୧୦୦ରୁ ଅଧିକ ଏସ୍‌ଏସ୍‌ଜି କମାଣ୍ଡୋଙ୍କୁ ନିୟୋଜିତ କରିଥିଲା। ଭାରତୀୟ ସେନା ବିରୋଧରେ ବ୍ୟାଟ ଆକ୍ରମଣ (ବର୍ଡର ଅକସନ୍‌ ଟିମ୍‌) କରିବା ଉଦ୍ଦେଶ୍ୟରେ ପାକିସ୍ତାନ […]

Breaking News ରାଜ୍ୟ

ଜନ୍ମ ତାରିଖକୁ ନେଇ କୋରାପୁଟ ବିଧାୟକଙ୍କ ବିରୋଧରେ ମାମଲା

ଭୁବନେଶ୍ଵର : କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ବିରୋଧରେ ଜନ୍ମ ତାରିଖକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ଅଭିଯୋଗକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ସଁ ଦର୍ଶାଇଛନ୍ତି ଯେ ୨୦୦୯ ଓ ୨୦୧୯ ବିଧାନସଭା ନିର୍ବାଚନରେ ଶ୍ରୀ ପୋଦଳ ଦେଇଥିବା ସତ୍ୟପାଠରେ ଜନ୍ମତାରିଖ ଅଲଗା ଅଲଗା ରହିଛି। ୨୦୦୯ ନିର୍ବାଚନରେ ସୁଙ୍କି ସ୍କୁଲରେ ଦଶମ ଶ୍ରେଣୀ ପଢୁଥିବା ନେଇ ସେ ପ୍ରମାଣ ପତ୍ର ଦାଖଲ କରିଥିବାବେଳେ ୨୦୧୯ରେ ସୁନାବେଡା ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢୁଥିବା ଦର୍ଶାଇଥିଲେ। ସେହିପରି ୨୦୦୯ରେ […]

Breaking News ରାଜ୍ୟ

ନୂଆଖାଇ ପୂର୍ବରୁ ମିଳିବ ଦରମା ଓ ପେନ୍‌ସନ୍‌

ଭୁବନେଶ୍ୱର: ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ବୁଧବାର ସବୁ ଜିଲ୍ଲାପାଳମାନଙ୍କୁ ଜାରି ହୋଇଥିବା ପତ୍ର ଅନୁସାରେ ସରକାରୀ ଚାକିରିଆ ଓ ପେନ୍‌ସନ୍‌ଭୋଗୀମାନଙ୍କୁ ଅଗଷ୍ଟ ମାସର ଦରମା ଓ ପେନ୍‌ସନ୍‌ ୩୧ରେ ମିଳିବ। ସେପ୍ଟେମ୍ବର ୩ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ସେପ୍ଟେମ୍ବର ୨ରେ ଗଣେଶ ପୂଜା। ସେପ୍ଟେମ୍ବର ୧ ରବିବାର। ଏ ତିନିଦିନ ଛୁଟି। ତେଣୁ ଅଗଷ୍ଟ ୩୧ ତାରିଖରେ ଦରମା […]

Breaking News ରାଜ୍ୟ

୪୫ ଦିନ ଭିତରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ପରୀକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ପ୍ରୟାସ କରିଛି। ପରୀକ୍ଷା ଶେଷ ହେବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବା ସହିତ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢାଯିବା ଉପରେ ଦେଇଛି ଗୁରୁତ୍ଵ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବୁଧବାର ଏସବୁ ବିଷୟ ନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ଆଲୋଚନା କରିଛନ୍ତି। ଠିକ୍ ସମୟରେ ପରୀକ୍ଷା ପରିଚାଳନା ଓ ଆଗୁଆ କୋର୍ସ ସାରିବାକୁଗୁରୁତ୍ୱ ଦିଆଯାଇଛି। ଏଥିସହ ପ୍ରଶ୍ନପତ୍ର […]

Breaking News ରାଜ୍ୟ

ମାନସ ମଙ୍ଗରାଜ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା

ଭୁବନେଶ୍ୱର: ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନହିତକାରୀ ଯୋଜନା ଗୁଡିକର ପ୍ରଚାର ପ୍ରସାର ସହିତ ସରକାରଙ୍କୁ ଆହୁରି ଲୋକାଭିମୁଖୀ କରିବାର ଦାୟିତ୍ୱ ସେ ତୁଲାଇବେ। ନୂଆ ଦାୟିତ୍ୱ ପାଇବା ପରେ ବୁଧବାର ଶ୍ରୀ ମଙ୍ଗରାଜ କହିଛନ୍ତି ଅତୀତରେ ମୁଁ ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିଲି। ଏବେ ସେହି ସଂପର୍କିତ ଦାୟିତ୍ୱ ମିଳିଥିବାରୁ ଏହା ମୋ ପାଇଁ ଗୈାରବର କଥା। […]

Breaking News ରାଜ୍ୟ

କୃଷି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ଆଜି ୫କୋଟି ୨୦ଲକ୍ଷ ଟଙ୍କାର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । କୃଷକଙ୍କ ବିକାଶକୁ ଆଖି ଆଗରେ ରଖି କରାଯାଇଛି ଏହି ଯୋଜନା। ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ୧୨ଟି ସଂସ୍ଥାର ଗବେଷଣା ରିର୍ପୋଟକୁ କାର୍ଯ୍ୟକାରୀ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ହଜାରେ ଚାଷୀଙ୍କୁ ନେଇ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ […]