ଧର୍ମଶାଳା : ଦୁଇଟି ପଞ୍ଚାଯତର ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିଲେ

ଭୁବନେଶ୍ଵର : ଧର୍ମଶାଳା ନିର୍ବାଚନମଣ୍ଡଳୀ ଆରୁହା ଓ ଥାନୁଆଳ ପଂଚାୟତର ଶତାଧିକ ବିଜେପି କର୍ମୀ ଦଳ ଛାଡିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେଡିରେ ସାମିଲ ହୋଇଛନ୍ତି। ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳରେ ସାମିଲ ହୋଇଥିବା ପଞ୍ଚାୟତସ୍ତରୀୟ […]

ଅଧିକ ପଢନ୍ତୁ

ବିସ୍ଫୋରକ ଚାଲାଣ: ୩ ଗିରଫ, ଆଉ ୨ ଜଣଙ୍କ ନାଁରେ ମାମଲା ହେବ

ଭୁବନେଶ୍ଵର : ତେଲେଙ୍ଗାନାରୁ ମାଲକାନଗିରିକୁ ବେଆଇନ ବିସ୍ଫୋରକ ଚାଲାଣ ଅଭିଯୋଗରେ ଚାଲାଣକାରୀଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ତେଲେଙ୍ଗାନାର ମେଡଚଲ ଜିଲ୍ଲା କୋଣ୍ଡାପୁର ଅଞ୍ଚଳର ଡ୍ରାଇଭର ଜି.ଶିବା କୁମାର, ହେଲଫର ଭି.ସୁଧାକର ଓ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର କର୍ସର ମାଲିକ ଡି.ବିଶ୍ୱନାଥ ରେଡ୍ଡୀ। ତେଲେଙ୍ଗାନାର ଏମଏସ ଦ୍ଵିଜେଶ ଏଣ୍ଟରପ୍ରାଇଜେସର ମାଲିକ ରାଜି ରେଡ୍ଡି ଓ ମାଲକାନଗିରି ସନ୍ତୋଷୀନୀ ଷ୍ଟୋନ କ୍ରସର ମାଲିକ ସୀମାଞ୍ଚଳ ସାବତଙ୍କ ନାମରେ ମଧ୍ୟ ମାମଲା […]

ଅଧିକ ପଢନ୍ତୁ

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଗ୍ରାମୀଣ ଲୋକଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିଥାଏ

ଭୁବନେଶ୍ୱର: ବର୍ତ୍ତମାନ ଯୁଗରେ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସଂସ୍ଥା ଗୁଡ଼ିକର ଭୂମିକା ବେଶ ଉତ୍ସାହଜନକ ରହିଛି। ରାଜ୍ୟର ଦାରିଦ୍ର‌୍ୟ ପ୍ରଭାବିତ ଅଂଚଳ ଗୁଡ଼ିକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସଂପ୍ରସାରଣ ଲାଗି ସରକାର, ଭାରତୀୟ ରିଜର୍ଭବ୍ୟାଙ୍କ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅଂଶୀଦାରମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓସାଫିର ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏବଂ ଓଡ଼ିଶାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ସଂସ୍ଥାଗତ ନିର୍ଦେଶକ […]

ଅଧିକ ପଢନ୍ତୁ

ପଞ୍ଚାୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ପକ୍କାଘର ପାଇଁ ଯୋଗ୍ୟତା କାର୍ଡର ଶୁଭାରମ୍ଭ କରିବେ

ଭୁବନେଶ୍ୱର : ପକ୍କାଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ‘ଯୋଗ୍ୟତା କାର୍ଡ ପ୍ରଦାନ କରିବେ। ପଚାଂୟତିରାଜ ଦିବସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଂଟନ ଯୋଜନାର ଶୁଭାରମ୍ଭ କରିବେ। ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ରାଜ୍ୟରେ ଘର ପାଇବାକୁ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଏଭଳି କାର୍ଡ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ […]

ଅଧିକ ପଢନ୍ତୁ

ନିୟମିତ ହେଲେ ୪୪୯ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ହାଇସ୍କୁଲ ସ୍ତରରେ ନିଯୁକ୍ତି ପାଇଥିବା ୪୪୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଗତ ୨୦୧୧-୧୨ ଶିକ୍ଷାବର୍ଷରେ ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ଭାବେ ସେମାନେ ହାଇସ୍କୁଲ୍‌ରେ ଶିକ୍ଷାଦାନ କରିଆସୁଥିଲେ। ଚାକିରି ନିୟମିତ କରାଯାଇ ଥିବାରୁ ଏହି ଶିକ୍ଷକମାନଙ୍କ ପ୍ରତିନିଧି ମଣ୍ଡଳୀ ଓ କର୍ମକର୍ତ୍ତା ଆଜି ମନ୍ତ୍ରୀ ଶ୍ରୀ ଦାଶଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅଧିକ ପଢନ୍ତୁ

ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାକୁ ପଙ୍ଗୁ କରିଛନ୍ତି : ବିଜେପି

ଭୁବନେଶ୍ୱର : ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରି ପଞ୍ଚାୟତକୁ ରାଜ୍ୟ ସରକାର ପଙ୍ଗୁ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଭୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ। ଏହାଦ୍ୱାରା ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ। କିନ୍ତୁ ଓଡ଼ିଶାରେ ପଂଚାୟତର କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି। ପଂଚାୟତ ରାଜ ପ୍ରତିନିଧିଙ୍କୁ ଅଣଦେଖା […]

ଅଧିକ ପଢନ୍ତୁ

ରାହୁଲ ସ୍ପଷ୍ଟ କଲେ ଅଧ୍ୟକ୍ଷ ପଦକୁ ଫେରିବେନି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ କିଛିଦିନ ହେଲା ଦଳ ଭିତରେ ଭିନ୍ନମତ ପ୍ରକାଶ ପାଇଛି। ଦିଲ୍ଲୀର ପୂର୍ବତନ ମୁଖମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସ୍ଵର୍ଗତ ସିଲା ଦିକ୍ଷିତଙ୍କ ପୁଅ ଗାନ୍ଧୀ ପରିବାରକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମନ୍ତବ୍ୟକୁ କଛି ନେତା ପରୋକ୍ଷ ସମର୍ଥନ କରିଛନ୍ତି। ସେହି ନେତାମାନଙ୍କର ମତ ଦଳର ଅଧ୍ୟକ୍ଷ ଗାନ୍ଧୀ ପରିବାର ବାହାରୁ ଚୟନ କରାଯାଉ। ଏଥିପାଇଁ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି। ଦଳରେ ଏପରି ବିବାଦୀୟ ମତ […]

ଅଧିକ ପଢନ୍ତୁ

ଦୁର୍ବୃତ୍ତଙ୍କ ଗୁଳିରେ ରେଷ୍ଟୁରାଣ୍ଟ କର୍ମଚାରୀ ଆହତ

ଭୁବନେଶ୍ୱର : ଭୁବନେଶ୍ୱରର ଚନ୍ଦକା ଥାନା ଅଂଚଳର ରେଷ୍ଟୁରାଣ୍ଟ ‘ଜଙ୍ଗଲ ଭିଉ’ରେ ଆଜି ଗୁଳି ଫୁଟିଛି। ଏହି ଘଟଣାରେ ରେଷ୍ଟୁରାଣ୍ଟର କର୍ମଚାରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ ବୁଧବାର ଅପରାହ୍ନରେ କିଛି ଦୁର୍ବୃତ୍ତ ରେଷ୍ଟୁରାଷ୍ଟକୁ ଖାଇବାକୁ ଯାଇଥିଲେ। ସେଠାରେ ମଦ ପିଇବା ପରେ ସାମାନ୍ୟ କଥାକୁ ନେଇ ସେମାନଙ୍କର ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଦୁର୍ବୃତ୍ତମାନେ ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। […]

ଅଧିକ ପଢନ୍ତୁ

ମହୁମାଛି ସାଜିଲେ ବଇରି: ବୀରମିତ୍ରପୁର କଂଗ୍ରେସ କାର୍ଯ୍ୟକ୍ରମରେ ଅନେକ ଆହତ

ଭୁବନେଶ୍ଵର : ଓଡିଶାରେ କଂଗ୍ରେସ ପାଇଁ ଭଲ ବେଳ ଆସିନି। ଏଇ ଦଳକୁ ଲୋକେ ଗ୍ରହଣ କରୁନଥିବା ବେଳେ ସୁନ୍ଦରଗଡରେ ମହୁମାଛି ବି ସାଜିଲେ ବଇରି। ବୀରମିତ୍ରପୁରରେ ଚାଲିଥିବା ଏକ ଦଳୀୟ କାର୍ଯ୍ୟକ୍ରମ ମହୁମାଛିଙ୍କ ପାଇଁ ଭଣ୍ଡୁର ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ବୀରମିତ୍ରପୁରର ବଙ୍ଗଳାରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଆୟୋଜନ ହୋଇଥିଲା। ଯୋଗଦେଇଥିଲେ ନେତା ଓ କର୍ମୀ। କାର୍ଯ୍ୟକ୍ରମ ଆରମ୍ଭ ହେଲା। ନେତା ଭାଷଣ ଦେଉଥିବା ବେଳେ […]

ଅଧିକ ପଢନ୍ତୁ

ଆଉ ଦୁଇଜଣ କରୋନା ସନ୍ଦିଗ୍ଧ ଚିହ୍ନଟ

ଭୁବନେଶ୍ଵର : ଓଡିଶାରେ ଆଜି ଆଉ ଦୁଇଜଣ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ଜଣେ ସୋନପୁର ଓ ଆଉ ଜଣେ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କୁ ବୁର୍ଲାସ୍ଥିତ ଭିମସାରରେ ଓ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋନପୁରର ଯୁବକଜଣକ ଗତ ୨୭ରେ ଦୁବାଇରୁ ଓ କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ କିଛି ଦିନ ପୂର୍ବରୁ ଆଣ୍ଡାମାନା ନିକୋବରରୁ ଫେରିଥିଲେ।

ଅଧିକ ପଢନ୍ତୁ