ଥଣ୍ଡା, ଜ୍ୱର ଓ କାଶ ହେଉଥିଲେ ହୋଲି ଖେଳନ୍ତୁ ନାହିଁ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚଳିତ ବର୍ଷ କରୋନା ଭାଇରସ ପାଇଁ ହୋଲି ପର୍ବ ପାଳନ ବେଳେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରିଛନ୍ତି। ଜ୍ୱର, ଥଣ୍ଡା ଓ କାଶ ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ କହିଛନ୍ତି ଏକାଠି ହୋଇ ଗୋଷ୍ଠୀଗତ ଭାବେ ହୋଲି ନଖେଳିଲେ ଭଲ। ସେହିଭଳି ଗୋଟିଏ ସ୍ଥାନରେ ବହୁ ଲୋକ ଏକାଠି ହୋଇ ନ ଖାଇବାକୁ […]

ଅଧିକ ପଢନ୍ତୁ

ସ୍ମାର୍ଟଫୋନ୍‌ରେ ଏହି ଉପାୟରେ ଖେଳନ୍ତୁ ହୋଲି

ନୂଆଦିଲ୍ଲୀ : ଚୀନର କରୋନା ଭାଇରସ ଭୟ ରଙ୍ଗର ପର୍ବ ହୋଲିକୁ ଏବର୍ଷ ଫିକା କରିଦେଇ ପରେ। ସରକାରଙ୍କ ସଚେତନତା ବାର୍ତ୍ତା ଏହି ସମ୍ଭାବନା ସୃଷ୍ଟି କରିଛି। ତଥାପି ହୋଲି ପାଇଁ ରହିଛି ଚାରିଆଡ଼େ ଉତ୍ସାହ। ଏହି ପର୍ବକୁ ପାଳନ ପାଇଁ ଗୁଗଲ ଆଣିଛି ଏକ ସ୍ୱତନ୍ତ୍ର ଉପାୟ। ଏହାକୁ ନେଇ ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ରେ ଖେଳିହେବ ହୋଲି। ପ୍ରଥମେ ଗୁଗଲରେ ହୋଲି ସର୍ଚ୍ଚ କଲେ ପେଜର ବାମ ପାର୍ଶ୍ୱରେ ରଙ୍ଗରେ ଭର୍ତ୍ତି ଟୋକେଇ ନଜର ଆସିବ। […]

ଅଧିକ ପଢନ୍ତୁ

୨୩% ଭାରତୀୟ କର୍ମଜୀବୀ ମହିଳାଙ୍କର ସେକ୍ସ କଥା ପସନ୍ଦ

ନୂଆଦିଲ୍ଲୀ : ଭାରତୀୟ କର୍ମଜୀବୀ ମହିଳାଙ୍କ ମଧ୍ୟରୁ ପ୍ରାୟ ୨୩ ପ୍ରତିଶତ କାର୍ଯ୍ୟାଳୟରେ ସେକ୍ସ ସଂପର୍କିତ ଆଲୋଚନା କିମ୍ୱା ଡକୁମେଣ୍ଟ ପ୍ରଦର୍ଶନକୁ ଗ୍ରହଣ କରିନେଲେଣି। ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି। ସାଧାରଣତଃ କର୍ମକ୍ଷେତ୍ରରେ ସହଯୋଗୀ ଡେଟ୍‌ରେ ଯିବା ପାଇଁ କହିଲେ ଅନେକ ନାଁ କହିଥାନ୍ତି। ତେବେ ଏଥିରେ କେତେ ପ୍ରତିଶତଙ୍କର ସହମତି ରହିଛି କି ନାହିଁ ତାହାର ଏକ ସର୍ଭେ କରଯାଇଥିଲା। ଲଣ୍ଡନସ୍ଥିତ ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଲିଡରସିପ ଓ ମାର୍କେଟ ରିସର୍ଚ୍ଚ ଫାର୍ମ ଆଇପିଏସଓଏସ ମୋରି ଏନେଇ […]

ଅଧିକ ପଢନ୍ତୁ

କମଲନାଥ ସରକାର ପାଇଁ ସଙ୍କଟ, ପୁଣି ବେଙ୍ଗାଲୁରୁ ଗଲେ ୧୭ ବିଧାୟକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା। ମୁଖ୍ୟମନ୍ତ୍ରୀ କମଲନାଥ ତାଙ୍କ ଦଳ କଂଗ୍ରେସ ଠିକ୍ ଅଛି କହୁଥିବା ବେଳେ ସେହି ଦଳର ୧୭ ବିଧାୟକ କର୍ଣ୍ଟାଟକର ଏକ ହୋଟେଲକୁ ଯାଇଛନ୍ତି। କେଉଁ ବିଧାୟକମାନେ ଯାଇଛନ୍ତି ତାହା ଜଣାପଡି ନଥିଲେ ହେଁ ସେମାନଙ୍କ ମଧ୍ୟରେ ୭ ଜଣ ମନ୍ତ୍ରୀ ଥିବା କୁହାଯାଇଛି। ଗଣମାଧ୍ୟମର ଖବର ଅନୁଯାୟୀ ହୋଟେଲକୁ ଯାଇଥିବା ବିଧାୟକମାନେ ଜ୍ୟେତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ। ପ୍ରକୃତ କଥା ହେଲା କମଲନାଥ […]

ଅଧିକ ପଢନ୍ତୁ

ହରେକ ମାଲ ପରି କୁକୁଡ଼ା ଗୋଟାକୁ ୧୦ ଟଙ୍କା

ଭୁବନେଶ୍ଵର : ଶସ୍ତାରେ କୁକୁଡ଼ା। ହରେକ ମାଲ ପରି ଗୋଟାକୁ ୧୦ ଟଙ୍କା। ପୁରୀ ଜିଲ୍ଲା ନିମାପଡ଼ା ବଜାରରେ ଆଜି ଏହି ଦରରେ କୁକୁଡା ବିକ୍ରି ହୋଇଥିବା ଦେଖିବାକୁ ମିଳିଛି। ଖବର ଅନୁଯାୟୀ ପ୍ରଥମେ କୁକୁଡ଼ା ଗୋଟାକୁ ୪୦ ଟଙ୍କା ଓ ଶହେ ଟଙ୍କାରେ ୩ଟା ବିକ୍ରି ପାଇଁ ମାଇକ୍‌ରେ ପ୍ରଚାର କରାଗଲା। କିନ୍ତୁ ଲୋକେ କିଣିବାକୁ ସେମିତି ଆଗ୍ରହ ପ୍ରକାଶ କଲେନାହିଁ। ଶେଷରେ ଗୋଟାକୁ ୧୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ଚାଷୀ। ପୁରୀ […]

ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପାଣ୍ଠି ପ୍ରସଙ୍ଗ: ସରକାର ଚୁପ୍ ଥିଲେ କାହିଁକି-ବିଜୟ

ଭୁବନେଶ୍ୱର : ଅନେକ ଦିନ ନୀରବ ରହିବା ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ରଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି। ଆଉ ପ୍ରଶ୍ନ କରିଛନ୍ତି ୨୦୧୫ରେ ଜଗନ୍ନାଥଙ୍କ ପାଣ୍ଠିରେ ଅନିୟମିତତା ହୋଇଥିବା ଏଜି ଜଣାଇଥିଲେ। ସରକାର ୫ ବର୍ଷ ଚୁପ୍ ରହିଲେ କାହିଁକି। ଏହାର ଜବାବରେ ବିଜେଡି କହିଛି ବିଜୟ ମହାପାତ୍ର ଶସ୍ତା ରାଜନୀତି କରନ୍ତୁ ନାହିଁ। ସେ ସିଡ୍ୟୁଲ ବ୍ୟାଙ୍କର ଗାଇଡଲାଇନ୍‌ […]

ଅଧିକ ପଢନ୍ତୁ

୬୦ ବର୍ଷ ବୟସର ଏଇ ନେତା ସାଙ୍ଗଙ୍କୁ ବାହାହେଲେ

ନୂଆଦିଲ୍ଲୀ : ୬୦ ବର୍ଷ ବୟସରେ ବିବାହ। କଥାଟା ଟିକେ ଅଡୁଆ ଲାଗୁଥିଲେ ହେଁ ସତ। ଏହି ବିବାହ କରିଛନ୍ତି କଂଗ୍ରେସ ମହାସଚିବ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ବାଶନିକ। ସେ ତାଙ୍କ ସାଙ୍ଗ ରବିନା ଖୁରାନାଙ୍କ ହାତ ଧରିଛନ୍ତି। ଖବର ଅନୁଯାୟୀ ନୂଆଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ହୋଇଥିଲା ବିବାହ ଆୟୋଜନ। ସେଠାରେ ପିଲାଦିନର ସାଙ୍ଗ ରବିନାଙ୍କ ହାତ ଧରିଥିଲେ ବରିଷ୍ଠ କଂଗ୍ରେସ ନେତା ମୁକୁଲ ବାଶନିକ। ଏହି ବିବାହ ଉତ୍ସବରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ […]

ଅଧିକ ପଢନ୍ତୁ

ଏକାଠି ହୋଲି ନଖେଳିବାକୁ ସ୍କୁଲ ପିଲାଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଚୀନର କରୋନା ଭାଇରସ ଭାରତରେ ପ୍ରବେଶ କରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଚେତନତା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ଜାରି ରହିଛି ଉଦ୍ୟମ। ସେଥିପାଇଁ ଆସନ୍ତାକାଲି ରଙ୍ଗର ପର୍ବ ‘ହୋଲି’ ସାମୂହିକ ଭାବେ ନ ଖେଳିବାକୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକ ବନ୍ଦ […]

ଅଧିକ ପଢନ୍ତୁ

ଅଭିନେତ୍ରୀ ଅନୁଷ୍କାଙ୍କ ବିବାହକୁ ନେଇ ପୁଣି ଚର୍ଚ୍ଚା

ମୁମ୍ବାଇ : ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟିଙ୍କ ବିବାହ କାହା ସହିତ ହେବ। କିଛିଦିନ ହେଲା ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। କଥା ଉଠିଛି ତେଲଗୁ ଅଭିନେତା ତଥା ‘ବାହୁବଳୀ’ ଫିଲ୍ମ ନାୟକ ପ୍ରଭାସଙ୍କୁ ସେ ବିବାହ କରିବେ। ଆଉ କେତେବେଳେ କ୍ରିକେଟ୍‌ ଖେଳାଳୀଙ୍କ ନାଁ ସହିତ ତାଙ୍କ ନାମକୁ ଯୋଡାଯାଉଛି। ଏହି ଗୁଜବକୁ ନେଇ ନିଜ ମତ ଦେଇ ଆସିଛନ୍ତି ଅନୁଷ୍କା। କିନ୍ତୁ ଏବେ ସୋସିଆଲ୍‌ ମିଡିଆରେ ନିର୍ଦ୍ଦେଶକ ପ୍ରକାଶ କୋଭେଲାମୁଡିଙ୍କ ସହିତ […]

ଅଧିକ ପଢନ୍ତୁ

ସତ୍ୟବାଦୀ ଗୁଳିକାଣ୍ଡରେ ଯୁବକର ମୃତ୍ୟୁ

ଭୁବନେଶ୍ଵର : ପୁରୀ ଜିଲ୍ଲା ସତ୍ୟବାଦୀର କାଞ୍ଜିଆ ଛକରେ ଘଟିଛି ରବିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ। ଢାବାରେ କାମ କରୁଥିବା ଏଥିରେ ପୁରନ୍ଦର ବେହେରା ଓରଫ ଭାସିଆର ଜୀବନ ଯାଇଛି। ଖବରପାଇ ପରିବାର ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଭୁବନେଶ୍ୱର-ପୁରୀ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ଅନୁଯାୟୀ ନୟାଗଡ଼ର ଛାମୁଡିଆ ଅଞ୍ଚଳର ଭାସିଆ ସତ୍ୟବାଦୀର ବଡ଼କାଞ୍ଜିଆରେ ବିବାହ କରିଥିଲେ। ସେହି ଗାଁ’ରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ। ଦିନରେ ରଙ୍ଗମିସ୍ତ୍ରୀ ରାତିରେ […]

ଅଧିକ ପଢନ୍ତୁ