କରୋନାରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ : କରୋନା ଭାଇରସ ( କୋଭିଡ୍‌-୧୯) ସଂକ୍ରମିତ ଲୋକମାନଙ୍କଠାରେ ଅଧିକ ବୟସ କିମ୍ବା ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ଥିଲେ ସେମାନଙ୍କର ମୃତ୍ୟୁ ଆଶଙ୍କା ରହିଛି ବୋଲି ଚୀନର ଗବେଷକମାନେ ଜାଣିପାରିଛନ୍ତି। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟରେ ଏକ ସଂଦର୍ଭରେ ଏହା ପ୍ରକାଶ ପାଇଛି। କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ ସହରରେ ପ୍ରାୟ ୧୯୧ ଜଣ ସଂକ୍ରମିତ ରୋଗୀଙ୍କୁ ନେଇ ଗବେଷଣା କରାଯାଇଥିଲା। ୧୯୧ ଜଣଙ୍କ ମଧ୍ୟରୁ ୫୪ ଜଣ ମୃତ୍ୟୁବରଣ […]

ଅଧିକ ପଢନ୍ତୁ

ଆଖୁ କିଆରୀକୁ ଯାଇଥିବା ୨ ଭଉଣୀଙ୍କ ମୃତଦେହ ନଦୀରୁ ମିଳିଲା

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାର ରୁନିଗୁଡ଼ା ଗାଁ’ରେ ଘଟିଛି ଦୁଃଖଦ ଘଟଣା। ଆଖୁ କିଆରିକୁ ଯାଇଥିବା ଦୁଇଜଣ ନାବାଳିକାଙ୍କ ମୃତଦେହ ଭାସ୍କେଲ ନଦୀରୁ ମିଳିଛି। ଗତକାଲି ଉଭୟ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ। ଆଜି ଦୁହିଁଙ୍କ ମୃତଦେହ ଗାଁ ନିକଟ ଭାସ୍କେଲ ନଦୀରେ ଭାସୁଥିବା ଲୋକେ ଦେଖିଥିଲେ। ଅଗ୍ନିଶମ ବାହିନୀ ଓ […]

ଅଧିକ ପଢନ୍ତୁ

ଦିଲ୍ଲୀ ହିଂସା: ୧୧୦୦ଙ୍କୁ ଚିହ୍ନଟ କରାଯାଇଛି

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ସମ୍ପୃକ୍ତ ଥିବା ୧୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି। ପୋଲିସର ୪୦ଟି ଟିମ ଗଠନ କରାଯାଇ ଏମାନଙ୍କର ସନ୍ଧାନ କରାଯାଉଛି। ପ୍ରାୟ ୩୦୦ ଜଣ ଉତ୍ତରପ୍ରଦେଶରୁ ଆସିଥିଲେ। ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଦଙ୍ଗା ପୂର୍ବପ୍ରସ୍ତୁତି ଅନୁସାରେ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ମାତ୍ର ୩୬ ଘଣ୍ଟାରେ ଏହାକୁ ନିୟନ୍ତ୍ରଣ କରିଥିଲା। ସେ କହିଛନ୍ତି ଏହି ହିଂସାକାଣ୍ଡରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ ପ୍ରାୟ […]

ଅଧିକ ପଢନ୍ତୁ

ଦ୍ଵିତୀୟ ବିବାହ ପୂର୍ବରୁ ବରକୁ ପୋଲିସ ନେଇଗଲା

ଭୁବନେଶ୍ଵର : ଦ୍ଵିତୀୟ ବିବାହର ପରିଣତି। ହସ୍ତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ପୋଲିସ ଉଠାଇନେଲା। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ଅଞ୍ଚଳର ମାଗୁରା ଗାଁ’ରେ ଘଟିଛି। ସେହି ଗାଁ’ର ଶିବପ୍ରସାଦ ମଙ୍ଗରାଜ ଆଜି ଫତେଗଡ ଅଂଚଳର ଜଣେ କନ୍ୟାଙ୍କୁ ଦ୍ଵିତୀୟ ବିବାହ କରୁଥିଲେ। ଧବଳେଶ୍ୱର ମନ୍ଦିରରେ ବିବାହ ହେଉଥିବା ଜାଣି ପ୍ରଥମ ପତ୍ନୀ ବୋଲଗଡ଼ ଥାନାରେ ଅଭିଯୋଗ କରିବାରୁ ଘଟଣାସ୍ଥଳରେ ଧଳାପଥର ଫାଣ୍ଡି ପୋଲିସ ପହଞ୍ଚି ଶିବପ୍ରସାଦକୁ ଉଠାଇ ନେଇଥିଲେ। ଏବେ ପୋଲିସ ତାଙ୍କୁ […]

ଅଧିକ ପଢନ୍ତୁ

୪ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ମଧ୍ୟରୁ କାହାର ସମ୍ପତ୍ତି କେତେ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ବିଜେଡିର ୪ଜଣ ପ୍ରାର୍ଥୀଙ୍କ ବିଜୟ ଏକପ୍ରକାର ସୁନିଶ୍ଚିତ ହୋଇଛି। ତେବେ ୧୬ତାରିଖରେ ଯାଞ୍ଚ ଓ ୧୮ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ପ୍ରାର୍ଥୀମାନଙ୍କର ସମ୍ପତ୍ତି କେତେ ତାହା ଦାଖଲ ହୋଇଥିବା ସତ୍ୟାପାଠରୁ ଜଣାପଡିଛି। ଆଜି ବିଧାନସଭା ପରିସରରେ ବିଜେଡିର ୪ଜଣ ପ୍ରାର୍ଥୀ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର ଓ ମମତା […]

ଅଧିକ ପଢନ୍ତୁ

ବାର ଡ୍ୟାନ୍ସରଙ୍କୁ ନଚାଇ ସସପେଣ୍ଡ ହେଲେ ସବଇନ୍ସପେକ୍ଟର

ନୂଆଦିଲ୍ଲୀ : ବାର ଡ୍ୟାନ୍ସରଙ୍କୁ ନଚାଇବା ପୋଲିସ ବାବୁଙ୍କ ପାଇଁ ମହଙ୍ଗା ପଡିଛି। କ୍ଷମତାର ଅପବ୍ୟବହାର କରି ବାର ଏପରି କରିଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଉତ୍ତରପ୍ରଦେଶ ପୋଲିସ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟରୁ କରାଯାଇଛି ନିଲମ୍ବିତ। ଖବର ଅନୁଯାୟୀ ସୋମବାର ରାତିରେ ଇନ୍ଦିରା ନଗର ଅଞ୍ଚଳର ଏକ ବାରରେ ହୋଲିକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଇନ୍ଦିରା ନଗର ଥାନାର ସବ ଇନ୍ସପେକ୍ଟର ଭୃଗୁ ଓଝା […]

ଅଧିକ ପଢନ୍ତୁ

ଷ୍ଟେଟ୍ ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ବ୍ୟବସ୍ଥା ଉଠିଲା

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ସର୍ବନିମ୍ନ ବାଲାନ୍ସ ଆବଶ୍ୟକତାକୁ ଉଠାଇ ଦେଇଛି। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସହରାଞ୍ଚଳ ଗ୍ରାହକମାନେ ସଂଚୟ ଖାତାରେ ସର୍ବନିମ୍ନ ୩ ହଜାର ଟଙ୍କା, ଅର୍ଦ୍ଧ-ସହରାଞ୍ଚଳ ୨ ହଜାର ଟଙ୍କା ଓ ଗ୍ରାମାଞ୍ଚଳ ଗ୍ରାହକମାନେ ସର୍ବନିମ୍ନ ୧ ହଜାର ଟଙ୍କା ରଖିବା ବାଧ୍ୟତାମୂଳକ ରହିଛି। ଏହି ସର୍ବନିମ୍ନ ଜମା ବା ବାଲାନ୍ସ ନରହିଲେ ବ୍ୟାଙ୍କ ୫ ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଥିଲା। […]

ଅଧିକ ପଢନ୍ତୁ

ବିଜେପି ରେ ମିଶିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କଂଗ୍ରେସର ପୂର୍ବତନ ଛାମୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆଙ୍କୁ ପୁଷ୍ପଗୁଚ୍ଛ ଓ ଦଳୀୟ ଉତ୍ତରୀୟ ପ୍ରଦାନ କରି ନଡ୍ଡା ଦଳରେ ସାମିଲ କରିଥିଲେ। ଏଥିସହ ସଭାପତି ଜେ.ପି.ନଡ୍ଡା କହିଥିଲେ ଯେ ସିନ୍ଧିଆ ବିଜେପିରେ ସାମିଲ ହୋଇଥିବାରୁ ସେ ବହୁତ ଖୁସୀ। ଜ୍ୟୋତିରାଦିତ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚିବା ପରେ […]

ଅଧିକ ପଢନ୍ତୁ

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଭୁବନେଶ୍ଵର : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏହି ଗୁପ୍ତ ସେବା ପାଇଁ ବୁଧବାର ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ କରିପାରିବେନି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଖାର କରାଯିବ। […]

ଅଧିକ ପଢନ୍ତୁ

ପାକିସ୍ତାନର ଏଫ୍‌-୧୬ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ପାକିସ୍ତାନ ବାୟୁସେନାର ଏଫ୍‌-୧୬ ଲଢୁଆ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକ ବାୟୁସେନାର ମୁଖପାତ୍ର ଏହି ସୂଚନା ଗଣମାଧ୍ୟମକୁ ଦେଇ ଆମେ କ୍ଷୟକ୍ଷତିର ଆକଳନ କରୁଛୁ। ବିମାନରେ ଥିବା ପାଇଲଟ୍‌ ଓ ସହକାରୀ ପାଇଲଟଙ୍କ ସମ୍ପର୍କରେ ଜଣାପଡି ନଥିବା ବେଳେ କେଉଁଠି ଦୁର୍ଘଟଣା ଘଟିଛି ତାହାର ସୂଚନା ମିଳିନାହିଁ। କେବଳ ବିମାନଟି ତଳକୁ ଖସୁଥିବା ବେଳେ ଶୂନ୍ୟକୁ କଳା ଧୂଆଁ ଉଠୁଥିବା ଦୃଶ୍ୟଥିବା ଫୁଟେଜ୍‌ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି।

ଅଧିକ ପଢନ୍ତୁ