ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ କାରବାର ଉପରେ କଟକଣା

ଭୁବନେଶ୍ୱର : ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର କାରବାର ଉପରେ ଅସ୍ଥାୟୀ କଟକଣା ଲଗାଇବା ପରେ ଦେଶର ୫୪ଟି ବ୍ୟାଙ୍କର କାରବାର ଉପରେ ଜାରି ହୋଇଛି କଟକଣା। ଏହି ବ୍ୟାଙ୍କ ମଧ୍ୟରେ ରହିଛି ଓଡ଼ିଶାର ୨୨ଟି ସମବାୟ ବ୍ୟାଙ୍କ। ଏସବୁ ବ୍ୟାଙ୍କର ସିଟିଏସ୍ କ୍ଲିୟରିଂକୁ ବନ୍ଦ କରି ଦିଆଯାଇଥିବା ବେଳେ ଏହି ବ୍ୟାଙ୍କର ଚେକକୁ କାରବାର ନକରିବାକୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି। ଓଡ଼ିଶାର ପ୍ରଭାବିତ ହୋଇଥିବା ବ୍ୟାଙ୍କଗୁଡ଼ିକ ହେଲା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଉତ୍କଳ […]

ଅଧିକ ପଢନ୍ତୁ

କାହାକୁ ମିଳିବ ମୟୂରଭଞ୍ଜ ବିଜେଡି ଛାତ୍ର ସଂଗଠନ ଦାୟିତ୍ଵ

ବାରିପଦା : ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତା’ର ସଗଠନକୁ ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। ଦୁଇ ଜଣଙ୍କୁ ଦିଆଯାଇଛି ଜିଲ୍ଲା ସଭାପତି ଦାୟିତ୍ୱ। ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମୟୁରଭଞ୍ଜର ସଭାପତି କରାଯାଇଥିବା ବେଳେ ମୟୁରଭଞ୍ଜ ସଦର ସଭାପତି ହୋଇଛନ୍ତି କାଶୀନାଥ ହେମ୍ବ୍ରମ। ଏବେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଚୟନକୁ ନେଇ ଛାମୁଆ ନେତାମାନେ ଦ୍ଵନ୍ଦ୍ଵରେ। ଆଶାୟୀ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଛାତ୍ର […]

ଅଧିକ ପଢନ୍ତୁ

ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ୪ ବର୍ଷ ହେଲା ବିଦେଶ ଯାଇନି

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଅଭିଯୋଗ କରିଥିଲେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ୟେସ୍‌ ବ୍ୟାଙ୍କ କମିସନି ଟଙ୍କାରେ ବିଦେଶ ଗସ୍ତ କରିଥିଲେ। ଏହାର ସ୍ପଷ୍ଟୀକରଣ ଦେଇ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ମୁଁ ୪ ବର୍ଷ ହେଲା ୟୁରୋପ ଯାଇନି। ସେହିଭଳି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ […]

ଅଧିକ ପଢନ୍ତୁ

କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ଦାବିକଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର : ଭାରତୀୟ ସେନାବାହିନୀରେ ‘କଳିଙ୍ଗ ରେଜିମେଣ୍ଟ’ ନାମରେ ଏକ ରେଜିମେଣ୍ଟ ଗଠନ କରିବାକୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନକିଟରେ ଦାବି କରିଛନ୍ତି। ଗୁରୁବାର ସେ ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି ଓଡିଶ଼। ପକ୍ଷରୁ ଦୀର୍ଘଦିନରୁ ଏହି ଦାବି ହୋଇଆସୁଛି। ଭାରତୀୟ ସେନାବାହିନୀରେ ଯେପରି ପଞ୍ଜାବ, ଆସାମ, ଜାଠ, ଅରୁଣାଚଳ ସ୍କାଉଟ୍‍, ଜାମ୍ମୁ କଶ୍ମୀର ଲାଇଟ୍‍ ଇନ୍‍ଫାଣ୍ଟ୍ରି ଘରୱାଲ୍‍ ରାଇଫଲ୍‍ସ, ମାଡ଼୍ରାସ୍‍, ସିକିମ୍‍, […]

ଅଧିକ ପଢନ୍ତୁ

ବିହାରରେ କଂଗ୍ରେସଠୁ ଦୂରେଇଲା ଆରଜେଡି

ନୂଆଦିଲ୍ଲୀ : କଂଗ୍ରେସ ପାଇଁ ଖରାପ ସମୟ। ପରିସ୍ଥିତି ଲୋଲସଭା ନିର୍ବାଚନ ଠାରୁ ବଳି ଗଲାଣି। ଦଳୀୟ ନେତାଙ୍କଠୁ ସହଯୋଗୀ ଦଳ ପର୍ଯ୍ୟନ୍ତ ସମସ୍ତେ ଏବେ ଦୂରେଇ ଯାଉଛନ୍ତି। ମଧ୍ୟପ୍ରଦେଶରେ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୨ ବିଧାୟକ ଦଳ ଛାଡ଼ିବା ପରେ କଂଗ୍ରେସ ସରକାର ଭାଙ୍ଗିବା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ଥାନରେ ଦଳୀୟ ବିବାଦ କୁହୁଳୁଛି। କେତେବେଳେ ବିସ୍ଫୋରକ ରୂପ ନେଇପାରେ। ବିହାରରେ ବି ବିବାଦ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ମେଣ୍ଟ ସହଯୋଗୀ ଆରଜେଡି […]

ଅଧିକ ପଢନ୍ତୁ

ଦିଲ୍ଲୀରେ କରୋନାକୁ ‘ମହାମାରୀ’ ଘୋଷଣା

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କରୋନାକୁ ମହାମାରୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ସେ କହିଛନ୍ତି ଦିଲ୍ଲୀରେ ସମସ୍ତ ସିନେମାହଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଯେଉଁ ସ୍କୁଲ ଓ କଲେଜର ପରୀକ୍ଷା ଚାଲି ନାହିଁ, ସେହି ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। କେଜ୍ରିଓ୍ଵାଲ କହିଛନ୍ତି ମାରାତ୍ମକ କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ […]

ଅଧିକ ପଢନ୍ତୁ

କରୋନା ପାଇଁ ଭୟଭୀତ ହେବାର କାରଣ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମାନଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ଆଉ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯଦି କୌଣସି ଜରୁରୀ ଓ ବିଶେଷ କାର୍ଯ୍ୟ ନଥାଏ ତେବେ ବିଦେଶ ଗସ୍ତରୁ ନିଜକୁ ବିରତ ରଖନ୍ତୁ। ସେ କହିଛନ୍ତି କରୋନା ଭାଇରସ୍‌କୁ ନେଇ ସରକାର ବେଶ ସଚେତନ ଓ ଜାଗ୍ରତ ଅଛନ୍ତି। ଏବାବଦରେ ଉଭୟ କେନ୍ଦ୍ର ଓ […]

ଅଧିକ ପଢନ୍ତୁ

ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରିବା ପ୍ରସଙ୍ଗ: କେନ୍ଦ୍ରଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ୟେସ୍‌ ବ୍ୟାଙ୍କରେ ଜମାଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା କିପରି ଫେରିବ। ତାହାକୁ ନେଇ ସବୁ ମହଲ ଚିନ୍ତା ପ୍ରକଟ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ପୂର୍ବରୁ ରାଜ୍ୟ ଅର୍ଥମନ୍ତ୍ରୀ ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଟଙ୍କା ଫେରିବା ପ୍ରସଙ୍ଗରେ ଚିଠି ଲେଖିଥିଲେ। ତେବେ ନିର୍ମଳା ସୀତାରମଣ ଆଶ୍ୱସ୍ତି ପ୍ରଦାନ କରିଥିବାରୁ ଶ୍ରୀ ଷଡ଼ଙ୍ଗୀ ତାଙ୍କ ପଦକ୍ଷେପକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି […]

ଅଧିକ ପଢନ୍ତୁ

ସନ୍ତାନ ପାଇଁ ଦୁଇ ସ୍ଵାମୀଙ୍କ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ : ସନ୍ତାନଙ୍କ ଲଲାନପାଳନ ପାଇଁ ପୂର୍ବତନ ଓ ବର୍ତ୍ତମାନ ସ୍ଵାମୀଙ୍କ ମଧ୍ୟରେ ବୁଝାମଣା। ଏପରି ଘଟଣା ପାକିସ୍ତାନର ଲାହୋରର ରାୟବିନ୍ଦ ଅଞ୍ଚଳରେ ଦେଖାଯାଇଛି। ବର୍ତ୍ତମାନ ସ୍ଵାମୀ ଗର୍ଭବତୀ ସ୍ତ୍ରୀକୁ ପଠାଇଛି ପୂର୍ବତନ ସ୍ଵାମୀଙ୍କ ପାଖକୁ। ସେ ସେଠାରେ ସ୍ତ୍ରୀ ସନ୍ତାନ ପ୍ରସବ କରିବା ସହିତ ଛାଡି ଆସିଥିବା ପିଲାମାନଙ୍କର ଯତ୍ନ ନେବେ। ଏ କଥା ପୋଲିସ ପର୍ଯ୍ୟନ୍ତ ଯାଇଛି। ଆଉ ସୂଚନା ମିଳିଛି ମହିଳାଙ୍କ ବର୍ତ୍ତମାନ ସ୍ଵାମୀ ରାଜିନାମାରେ ଲେଖିଛନ୍ତି ତାଙ୍କ ସ୍ତ୍ରୀ ରୁବିନା ବିବିଙ୍କର […]

ଅଧିକ ପଢନ୍ତୁ

୫ଦିନ ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ୯ଟି ଜିଲ୍ଲାରେ ୩ ଦିନ ଯାଏ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବ। ଏହି ସମୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୪୫-୫୫ କି.ମି। ସମ୍ଭ୍ୟବ୍ୟ ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି […]

ଅଧିକ ପଢନ୍ତୁ