କାରୋନା ପାଇଁ ଲକ୍ ଡାଉନ୍ : ନିୟମ ଭାଙ୍ଗିଲେ ହଜାରେ ଜରିମାନା ଓ ୬ ମାସ ଜେଲ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରମାନେ ଲକ୍ ଡାଉନ୍ ଲାଗୁ କରିଛନ୍ତି। ଏହାକୁ ମାନିବାକୁ ସମସ୍ତେ ବାଧ୍ୟ। କେବଳ ଜରୁରୀ କାମ ଥିଲେ ଲୋକମାନେ ବାହାରକୁ ଆସିପାରିବେ। ତଥାପି କିଛି ଲୋକ ଲକ୍ ଡାଉନ୍ ବେଳେ ବୁଲୁଥିବା ଦେଖିବାକୁ ମିଳିଛି। ଏଥିପାଇଁ କେନ୍ଦ୍ର ସରକାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହୋମ କ୍ୱାରେଣ୍ଟାଇନ ଓ ଲକ୍ ଡାଉନ୍ […]

ଅଧିକ ପଢନ୍ତୁ

କରୋନା: କଏଦୀଙ୍କୁ ମିଳିବ ପାରୋଲ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି କ୍ରମରେ ଜେଲ୍‌ରେ ଥିବା କଏଦୀମାନଙ୍କୁ ୬ ସପ୍ତାହ ପାରୋଲ ମିଳିବ। କରୋନା ସଂକ୍ରମଣ ରୋକିବାକୁ ଦୃଷ୍ଟିରେ ରଖି ସୋମବାର ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ୭ରୁ କମ୍‌ ବର୍ଷ ଜେଲ ଦଣ୍ଡ ଭୋଗୁଥିବା କଏଦୀଙ୍କୁ ୬ ସପ୍ତାହ ପାରୋଲରେ ଯିବାର ଅନୁମତି ଦେବା ଲାଗି କୋର୍ଟ କହିଛନ୍ତି। ଏହାଦ୍ୱାରା ବହୁ କଏଦୀ ଉପକୃତ ହେବା ସହିତ […]

ଅଧିକ ପଢନ୍ତୁ

ପଞ୍ଜାବ ପରେ ମହାରାଷ୍ଟ୍ରରେ ଜାରି ହେଲା କର୍ଫ୍ୟୁ

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପଞ୍ଜାବ ପରେ ମହାରାଷ୍ଟ୍ରରେ ଆଜି କର୍ଫ୍ୟୁ ଲାଗୁ କରାଯାଇଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଞ୍ଚିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ କର୍ଫ୍ୟୁ ଲାଗୁ କରିଛନ୍ତି। କିନ୍ତୁ ସେହି ସମୟରେ ସାମଗ୍ରୀ ଗ୍ରୋସରୀ, ଔଷଧ ଓ କ୍ଷୀର ଦୋକାନ ଖୋଲା ରହିବ। କର୍ଫ୍ୟୁ ସମ୍ପର୍କରେ ପୋଲିସ ପକ୍ଷରୁ ବିସ୍ତୃତ ସୂଚନା ଜାରି କରାଯିବ। ମାର୍ଚ୍ଚ ୩୧କୁ ଦୃଷ୍ଟିରେ […]

ଅଧିକ ପଢନ୍ତୁ

ଲକ୍ ଡାଉନ୍ ଅଞ୍ଚଳରେ ଦିନ୧୦ରୁ ୨ଟା ପର୍ଯ୍ୟନ୍ତ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୧୪ଟି ଜିଲ୍ଲା ଓ କେତୋଟି ସହରକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସେଠାରେ ବ୍ୟାଙ୍କଗୁଡ଼ିକ ଦିନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଲକଡାଉନ୍ ଅଞ୍ଚଳରେ କୌଣସି ପରିସ୍ଥିତିରେ ବ୍ୟାଙ୍କ ଗୁଡ଼ିକ ଦିନ ୨ଟା ପୂର୍ବରୁ ବନ୍ଦ ହେବ ନାହିଁ କିମ୍ବା କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା […]

ଅଧିକ ପଢନ୍ତୁ

କରୋନା ମୁକାବିଲା: ୩ମାସର ଦରମା ଦେବାକୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଅନୁରୋଧ କଲେ ସଞ୍ଜୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ-୧୯ ଫଣ୍ଡ)କୁ ଦାନ କରିବା ସହିତ ଅନୁରୂପ ସହଯୋଗ ଅନ୍ୟମାନେ କରନ୍ତୁ ଅନୁରୋଧ କରିଥିଲେ। ବିଜେଡି ପକ୍ଷରୁ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାର୍ଚ୍ଚ ୨୯ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନେ ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି। […]

ଅଧିକ ପଢନ୍ତୁ

ଚୀନ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ

ନୂଆଦିଲ୍ଲୀ : ଚୀନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ? ଏହାକୁ ନେଇ ଉଠିଛି ପ୍ରଶ୍ନ। ସରକାରୀ ହିସାବ ଅନୁଯାୟୀ କରୋନାରେ ୩,୨୬୮ ମରିଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବ ସଂଖ୍ୟା ଢେର ଅଧିକ ବୋଲି ଅନୁମାନ କରାଯାଉଛି। ତେଣୁ ଚୀନ ଦେଇଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ଏବେ ଚର୍ଚ୍ଚା ହେଉଛି ଚୀନରେ କରୋନା ସଂକ୍ରମଣ ଆରମ୍ଭରୁ ଇତିମଧ୍ୟରେ କୋଟିଏ ୫୦ଲକ୍ଷ ମୋବାଇଲ୍‌ ୟୁଜର ହଠାତ୍‌ ନୀରବ ହୋଇଯାଇଛନ୍ତି। ସେମାନେ ନିୟମିତ ନେଟ୍‌ଓ୍ବାର୍କ […]

ଅଧିକ ପଢନ୍ତୁ

କରୋନା ମୁକାବିଲା ପାଇଁ ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟା ଜରୁୂରୀ। କୋଭିଡ୍ -୧୯ ସମଗ୍ର ବିଶ୍ୱ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ। ମାନବିକତା ଗତିବିଧି ପାଇଁ ଏଥିନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରିଲିଫ ପାଣ୍ଠିକୁ ପ୍ରଦାନ […]

ଅଧିକ ପଢନ୍ତୁ

ସବୁ ଅଙ୍ଗନବାଡ଼ି ଅପ୍ରେଲ ୩୦ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ୱର : କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ଅଙ୍ଗନବାଡ଼ି ଗୁଡ଼ିକୁ ଆସନ୍ତା ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ସେମାନଙ୍କ ଘରକୁ ଯାଇ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନରେ ଶୁଖିଲା ଖାଦ୍ୟ ଓ ସାପ୍ରାହିକ ଅଣ୍ଡାନେଇ ପହଞ୍ଚାଇବେ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେହିପରି ରାଜ୍ୟ ସରକାରଙ୍କର ଅଧୀନରେ ଥିବା […]

ଅଧିକ ପଢନ୍ତୁ

ବାୟୁରେ ତିନିଘଣ୍ଟା ବଞ୍ଚି ରହିପାରେ କରୋନା ଭୂତାଣୁ

ନୂଆଦିଲ୍ଲୀ : କରୋନା ଭୂତାଣୁ ବାୟୁରେ ତିନି ଘଣ୍ଟା ପର୍ଯ୍ୟନ୍ତ ଜୀବନ୍ତ ରହିପାରିବ। ନୂତନ ଅଧ୍ୟୟନରୁ ଜଣାପଡିବା ପରେ ସଂକ୍ରମିତ ଲୋକଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସୁରକ୍ଷା ବୃଦ୍ଧିର ଅଧିକ ଆବଶ୍ୟକ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ପରାମର୍ଶ ଦେଇଛି। ଆଉ କହିଛି କରୋନା ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନେକ ଚିକିତ୍ସା ପ୍ରଣାଳୀ କରିବାକୁ ପଡିଥାଏ। ଯେଉଁ ସମୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଭୁତାଣୁ ସେମାନଙ୍କୁ ସିଧାସଳଖ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ […]

ଅଧିକ ପଢନ୍ତୁ

ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ବିମାନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଭାରତରେ କରୋନାର ପ୍ରଭାବ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଯାଞ୍ଚ ପାଇଁ ସରକାର ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରବିବାର କେନ୍ଦ୍ର ସରକାର ଘରୋଇ ବିମାନ ଉଡ଼ାଣକୁ ବାତିଲ କରିଥିବା ବେଳେ ମାର୍ଚ୍ଚ ୨୪ ମଧ୍ୟରାତ୍ରରୁ ସମସ୍ତ ଘରୋଇ ବିମାନ ଚଳାଚଳ ବନ୍ଦ ରହିବ। ସେଥିପାଇଁ ବିମାନ ଗୁଡିକର ଉଡାଣ ଓ ଅବତରଣ ସମୟକୁ ଧାର୍ଯ୍ୟ କରାଯିବ। ଯାହାଫଳରେ ସମସ୍ତ ବିମାନ ୨୪ ତାରିଖ ରାତି ୧୧ଟା ୫୯ମିନିଟ ପୂର୍ବରୁ ଗନ୍ତବ୍ୟ ସ୍ଥଳରେ […]

ଅଧିକ ପଢନ୍ତୁ