କେନ୍ଦ୍ରାପଡ଼ାର ଯୁବକ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ସଂକ୍ରମିତ। ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିବା କେନ୍ଦ୍ରାପଡ଼ାର ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନା ସଂକ୍ରମିତ ସଂଖ୍ୟା ୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଗତକାଲି ରାଜ୍ୟରେ ୧୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ଅଧିକ ପଢନ୍ତୁ

ଟେଲିମେଡିସିନ୍ ହେଲପଲାଇନରେ ସାମିଲ ପାଇଁ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

ଭୁବନେଶ୍ୱ : କରୋନା ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏହି ପ୍ରୟାସରେ ସ୍ୱେଚ୍ଛାକୃତ ସେବା ଯୋଗାଇ ଦେବା ପାଇଁ ଓଡ଼ିଶା ସମେତ ସମଗ୍ର ଦେଶର ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି କରୋନା ଭାଇରସ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ଡାକ୍ତରମାନେ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏବେ ରାଜ୍ୟ […]

ଅଧିକ ପଢନ୍ତୁ

ଲକ୍‌ଡାଉନ୍‌କୁ ଅବଧି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ୨୧ ଦିନିଆ ‘ଲକ୍‌ଡାଉନ’ର ଜାରି ରହିଛି। ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ଅବଧି ଶେଷ ହେବ। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌କୁ ଅବଧି ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପରାମର୍ଶ ଦେଇଛନ୍ତି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ସେ କରିଥିବା ଟୁଇଟରେ କହିଛନ୍ତି ବୋଷ୍ଟନର ଏକ କନସଲଟିଂ ଗ୍ରୁପ୍‌ […]

ଅଧିକ ପଢନ୍ତୁ

ମୟୂରଭଞ୍ଜ : ୧୦୪ ରକ୍ତ ନମୁନାରୁ ୯୦ ନେଗେଟିଭ

ବାରିପଦା : କରୋନା ମୁକାବିଲା ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ। ଜିଲ୍ଲାର ସମସ୍ତ ବ୍ଲକରେ ସମୁଦାୟ ହୋମ୍ କ୍ୱାରେନଟାଇନରେ ୧୦,୦୬୧ଜଣଙ୍କ ଲାଗି ସୁବିଧା କରାଯାଇଥିବା ବେଳେ ଇତିମଧ୍ୟରେ ୮୨୬୨ ଜଣ ରହିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଆଜିସୁଦ୍ଧା କରୋନା ସନ୍ଦେହରେ ଜିଲ୍ଲାରୁ ୧୦୪ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ୯୦ଟି ରିପୋର୍ଟ ନେଗେଟିଭ ଆସିଛି। ଯେଉଁଥିରେ ରହିଛନ୍ତି ୩୭ ଜଣ ବିଦେଶରୁ ଆସିଥିବା ବ୍ୟକ୍ତି। ୧୪ଟି ନମୁନା ରିପୋର୍ଟ ଆସିନଥିବା ଜିଲ୍ଲା ଜରୁରୀକାଳୀନ […]

ଅଧିକ ପଢନ୍ତୁ

କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତି ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର : କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର ଓ ପୋଲିସ ଭଳି ସେମାନେ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି। ଅସହାୟଙ୍କୁ ସହାୟତା ଓ ଲୋକଙ୍କୁ ସଚେତନ କରିବାକୁ ଏହି ମହିଳାମାନଙ୍କ ଅବଦାନ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ମିଶନ ଶକ୍ତିର କମିଶନର ସୁଜାତା କାର୍ତ୍ତିକେୟନ। ସେ କହିଛନ୍ତି ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳାମାନେ ବିଭିନ୍ନ ସ୍ଥାନରେ ତେଜରାତି ଦୋକାନ ଖୋଲିବା ସହ ଲୋକଙ୍କ ପାଖରେ ମୋବାଇଲ […]

ଅଧିକ ପଢନ୍ତୁ

ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମୟରେ ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଧ୍ୟ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭକ୍ତ ସାଲବେଗଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସୋମବାର ସେ କହିଛନ୍ତି ସାମ୍ପ୍ରଦାୟିକତା ମନୋଭାବ ହେଉଛି ଭାଇରସଠାରୁ ଭୟଙ୍କର। ଓଡ଼ିଶା ସାମ୍ପ୍ରଦାୟିକ ମନୋଭାବର ରାଜ୍ୟ ନୁହେଁ। ଓଡ଼ିଶାରେ ସାମ୍ପ୍ରଦାୟିକତାର କୌଣସି […]

ଅଧିକ ପଢନ୍ତୁ

ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର : ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଭାରତରେ କରୋନା ୧୦୯ଜଣଙ୍କ ଜୀବନ ନେଇଥିବା ବେଳେ ୪୦୦୦ ସଂକ୍ରମିତ ହୋଇଛନ୍ତି। ସେହିପରି ଓଡିଶାରେ କାୟା ବିସ୍ତାର କରିଥିବା ଏହି ଭାଇରସରେ ୩୯ଜଣ ସଂକ୍ରମିତଙ୍କ ହୋଇଛନ୍ତି। ଏହାକୁ ରୋକିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଛନ୍ତି ଆବଶ୍ୟକୀୟ ପଦକ୍ଷେପ। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମରେ କୁହାଯାଇଛି କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ […]

ଅଧିକ ପଢନ୍ତୁ

ଦିନକୁ ଗୋଟିଏ ଓଳି ଭୋଜନ ତ୍ୟାଗକରି ବାଣ୍ଟିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଲେ ବିଜେପି ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ପାଇଁ ଦେଶରେ ସଙ୍କଟ ପରିସ୍ଥିତି ସୁଷ୍ଟି ହୋଇଛି। ଲକଡାଉନ ସମୟରେ ଲୋକେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ସହାନୁଭୂତି ଦେଖାଇବା ପାଇଁ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଦିନରେ ଗୋଟିଏ ଓଳି ଭୋଜନ ତ୍ୟାଗ କରନ୍ତୁ। ସୋମବାର ଦଳର ପ୍ରାତିଷ୍ଠା ଦିବସ ପାଳନ ଅବସରରେ ଏହି ଆହ୍ଵାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଶ୍ରୀ ନଡ୍ଡା କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କର୍ମୀମାନେ ଦିନକୁ […]

ଅଧିକ ପଢନ୍ତୁ

କରୋନା ଗୁଜବ ପୋଷ୍ଟ କରି ଯୁବକ ଗିରଫ

ଭୁବନେଶ୍ଵର : ଫେସବୁକ୍‌ରେ କରୋନା ସମ୍ପର୍କୀତ ଗୁଜବ ପୋଷ୍ଟ କରିଥିବା ଯୁବକକୁ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ୍‌ ଗିରଫ କରିଛି। ଗୁଜବ ପ୍ରଚାର କରିଥିବା ଯୁବକ ହେଲେ କୁରେସି ମହଲାର ମହମ୍ମଦ ନସିମ ଅଖତାର। ସେ ଫେସବୁକ୍‌ରେ ପୋଷ୍ଟ କରିଥିବା ଏକ ମିଛ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାରୁ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ନସିମଙ୍କୁ ଆଜି ଗିରଫ କରିବା ସହିତ ମୋବାଇଲକୁ ମଧ୍ୟ ଜବତ କରିଛି।

ଅଧିକ ପଢନ୍ତୁ

ଭଦ୍ରକରେ ସାମାଜିକ ଦୂରତ୍ୱକୁ ଗୁରୁତ୍ଵ: ଲାଗୁହେଲା ନୂଆ ନିୟମ

ଭୁବନେଶ୍ଵର : ଭଦ୍ରକରୁ ସଟ୍ ଡାଉନ୍ କଟକଣା ହଟିବା ପରେ ଜାରି ରହିଛି ଲକ୍ ଡାଉନ୍। କିନ୍ତୁ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଯାଉଛି। ନିୟମ କୋହଳ ସମୟରେ ଲୋକଙ୍କ ଭିଡ ବାଢୁଥିବାରୁ ଜିଲ୍ଲାପ୍ରଶାସନ ଏବେ ନୂଆ କଟକଣା ଲଗାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଛି। କିନ୍ତୁ ବାଇକ ଓ ଘରୋଇ ଗାଡି ଉପରେ ଲାଗିଛି ଲଗାମ। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ପରିବା ହାଟ ସହ ତେଜରାତି ଦୋକାନ […]

ଅଧିକ ପଢନ୍ତୁ