ଦିଲ୍ଲୀ ଏମ୍ସରେ ୫୦ଜଣଙ୍କ ଉପରେ ଟ୍ରାଏଲ୍ ହେବ କୋଭାକ୍ସିନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁଁ ହା ହା କାର ସୃଷ୍ଟି ହୋଇଥିବାବେଳେ ସମସ୍ତେ ଭାକ୍ସିନକୁ ଅପେକ୍ଷା କରିଛନ୍ତି । ଏହି ଦିଗରେ ଭାରତରେ ବଡ଼ ଚେଷ୍ଟା ଆରମ୍ଭ ହୋଇଛି । ଭାରତରେ ବିକଶିତ ସ୍ୱଦେଶୀ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ୍ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦଫାରେ ୩୭୫ଜଣ ସ୍ୱେଚ୍ଛାସେବୀଙ୍କୁ କୋଭାକ୍ସିନ ଦିଆଯିବ । ଦିଲ୍ଲୀ ଏମ୍ସରେ ୧୦୦ଜଣଙ୍କୁ ଦିଆଯିବାକୁ ଥିବାବେଳେ ପ୍ରଥମେ ୫୦ଜଣଙ୍କୁ ଦିଆଯିବ ବୋଲି ଜଣାପଡ଼ିଛି । ସେହିପରି ସାରା ଦେଶରେ ୨୭୫ଜଣ ଲୋକଙ୍କ ଉପରେ ମଧ୍ୟ କୋଭାକ୍ସିନର ଟ୍ରାଏଲ କରାଯିବ । ଦିଲ୍ଲୀ ଏମ୍ସର ଡାଇରେକ୍ଟର ଡା.ରଣଦୀପ ଗୁଲେରିଆ କୁହନ୍ତି ଟ୍ରାଏଲରେ ଭାଗନେବାଲାଗି ଅନେକ ଲୋକ ନିବେଦନ କରିଥିଲେ । ପ୍ରଥମ ଦଫାରେ ୧୮ରୁ ୫୫ବର୍ଷ ବୟସର ୧୦୦ଜଣ ସ୍ୱସ୍ଥ ବ୍ୟକ୍ତିଙ୍କ ଉପରେ ଟ୍ରାଏଲ କରାଯିବ । ଦ୍ୱିତୀୟ ଦଫାରେ ୧୨ରୁ ୬୫ବୟସର ଲୋକଙ୍କ ଉପରେ ଟ୍ରାଏଲ କରାଯିବାର ଯୋଜନା ରହିଛି । ଏମ୍ସରେ ପ୍ରଥମ କୋଭାକ୍ସିନ ଗୁରୁବାର ଦିଆଯିବ ।

ମତାମତ ଦିଅନ୍ତୁ ।