ଦେଶର ଅକ୍ସିଜେନ୍ ଆବଶ୍ୟକତା ପୂରଣ ପାଇଁ ଓଡ଼ିଶା ସହଯୋଗ କରିବ : ନବୀନ

ଭୁବନେଶ୍ୱର : ଦେଶର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନର କୋଭିଡ୍‌ ପରିସ୍ଥିତି ଯୁଦ୍ଧ ସହ ସମାନ। ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କ୍ଷେତ୍ରରେ ଓଡ଼ିଶା ସହଯୋଗ କରିବ ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହାମାରୀ କରୋନା ଏବେ ଉଗ୍ରରୂପ ଧାରଣ କରିଥିବା ବେଳେ ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ଶହଶହ ଲୋକଙ୍କର ମୃତ୍ୟୁ ଘଟୁଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼ ଓ କେରଳ ପରି ରାଜ୍ୟରେ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଅକ୍ସିଜେନ୍‌ ମିଳୁନି। ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀଙ୍କ ଜୀବନ ଯାଉଛି। ଯେଉଁଥିପାଇଁ ବିଭିନ୍ନ ରାଜ୍ୟର ସରକାର କେନ୍ଦ୍ରକୁ ଅନୁରୋଧ କରୁଛନ୍ତି। ଏଭଳି ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଦେଶକୁ ସହଯୋଗ କରିବାକୁ ଆଗକୁ ଆସିଛନ୍ତି। ଦିଲ୍ଲୀରେ ଅକ୍ସିଜେନ୍ ଅଭାବର କିଛି ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଓଡିଶାରୁ ଅକ୍ସିଜେନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଓଡିଶା ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button