ଦେଶରେ ୮୦ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦,୭୭୬ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୮୩,୮୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯, ୩୦,୨୩୬ ଛୁଇଁଛି। ଆଜି ସୁଦ୍ଧା ୩୮,୫୯,୩୯୯ ଜଣ ସୁସ୍ଥ ହୋଇଥିବା ବେଳେ ୯,୯୦,୦୬୧ ଜଣ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ମଙ୍ଗଳବାର ତଥ୍ୟ ଗତ ୨୪ ଘଣ୍ଟାରେ ୧୦୫୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।